ମୁମ୍ବାଇ ମେକର ଟାୱାରରେ ଅଗ୍ନିକାଣ୍ଡ, ଦୁଇ ଜଣ ମୃତ

ମୁମ୍ବାଇ: ମୁମ୍ବାଇର କଫେ ପେରେଡ ଅଞ୍ଚଳରେ ଥିବା ମେକର ଟାୱାରରେ ଆଜି ସକାଳ ୬.୩୦ମିନିଟରେ ଘଟିଥିବା ଅଗ୍ନିକାଣ୍ଡରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଟାୱାରର ୨୦ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ପାଖାପାଖି ଆଠଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଥିଲା।

ସଟ୍‌ସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଧୂଆଁରେ ଶ୍ୱାସ ରୁଦ୍ଧ ହେବା କାରଣରୁ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।