ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ: ଆଜି ସକାଳେ ମୁମ୍ବାଇର ମନଙ୍କୁର ମାୟା ହୋଟେଲ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭୋର ୬ ଟା ବେଳେ ନିଆଁ ଲାଗି ଆଖପାଖକୁ ବ୍ୟାପି ଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।

ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁସାରେ ମାନଖୁର୍ଦ ଓ ଘାଟକୋପର ରାସ୍ତା ନିକଟରେ ଥିବା ଏକ ଦୋକାନ ଘରେ ପ୍ରଥମେ ଅଗ୍ନିକାଣ୍ଡ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ଟ୍ୱିଟ୍ ଯୋଗେ ମୁମ୍ବାଇ ପୋଲିସକୁ ଖବର ଦେବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।