ଷ୍ଟେସନ୍‌ରେ ଯୁବତୀଙ୍କୁ ଅସଦାଚରଣ

ମୁମ୍ବାଇ: ବାଣିଜ୍ୟ ନଗରୀ ମୁମ୍ବାଇରେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ମୁମ୍ବାଇ ରେଲେଓ୍ୱ ଷ୍ଟେସନରେ ଏହି ଘଟଣା ଘଟିଛି । ଯୁବତୀ ଜଣକ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିବା ସମୟରେ ଜଣେ ଯୁବକ ତାଙ୍କ ପାଖକୁ ଆସି ଅସଦାଚରଣ କରିବାକୁ ଉଦ୍ୟମ କରିଥିଲା। ଏହି ପୂରା ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଘଟଣା ଘଟିବା ସମୟରେ ଯୁବତୀ ଜଣଙ୍କ ସେଠାରେ ସହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରି ନ ଥିଲେ। ପରେ ଘଟଣା ସମ୍ପର୍କରେ ଯୁବତୀ ଜଣକ ଷ୍ଟେସନରେ ମୁତୟନ ସୁରକ୍ଷା କର୍ମୀ ନିକଟରେ ଅଭିଯୋଗ କରିଥିଲେ। ପୋଲିସ୍ ଘଟଣାର ତଦନ୍ତ  କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା।