ଧନୀ ସହର ତାଲିକାରେ ପ୍ୟାରିସ୍‌କୁ ପଛରେ ପକାଇଲା ମୁମ୍ବାଇ

ନୁଆଦିଲ୍ଲୀ: ବିଶ୍ୱର ଧନୀ ସହର ତାଲିକାରେ ଭାରତର ମୁମ୍ବାଇ ସହର ୧୨ ତମ ସ୍ଥାନରେ ରହିଛି। ନ୍ୟୁ ୱାର୍ଲଡ୍ ୱେଲ୍‌ଥ ଜାରି କରିଥିବା ଏକ ରିପୋର୍ଟରେ ଏହି ତଥ୍ୟ ପ୍ରଦର୍ଶିତ ହୋଇଛି। ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଓ ଜର୍ମାନୀର ଧନୀ ସହର ଫ୍ରାଙ୍କଫର୍ଟକୁ ପଛରେ ପକାଇ ମୁମ୍ବାଇ ଏହି ସ୍ଥାନରେ ପହଞ୍ଚିଛି। ମୁମ୍ବାଇବାସୀଙ୍କ ପାଖରେ ୯୫୦ ଆରବ ଡଲାର ସମ୍ପତ୍ତି ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ମୁମ୍ବାଇ ପଛକୁ ରହିଛି କାନାଡାର ଟୋରୋଣ୍ଟୋ । ରିପୋର୍ଟ ଅନୁସାରେ ଟୋରୋଣ୍ଟୋବାସୀଙ୍କ ପାଖରେ ୯୪୪ ବିଲିୟନ ଡଲାର ସମ୍ପତ୍ତି ରହିଛି। ସେହିଭଳି ଫ୍ରାଙ୍କଫର୍ଟ ସହରବାସୀଙ୍କ ପାଖରେ ୯୧୯ ଓ ପ୍ୟାରିସ୍‌ବାସୀଙ୍କ ପାଖରେ ୮୬୦ ବିଲିୟନ ଡଲାର୍ ସମ୍ପତ୍ତି ରହିଛି।