ମଦ ନ ପରଷିବାରୁ ଏହି ମଡେଲଙ୍କୁ ହୋଇଥିଲା ମର୍ଡ଼ର

ନୂଆଦିଲ୍ଲୀ: ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ଆଜିର ଜୀବନ କାଲିକି ନାହିଁ। କେତେବେଳେ ପିଣ୍ଡରୁ ପ୍ରାଣ ଛାଡି ଚାଲିଯିବ ତାହା କିଏ ବା କହିବ। ମୃତ୍ୟୁ କେତେବେଳେ ଆସିବ ତାହା କେହି କହିପାରିବେ ନାହିଁ। କିନ୍ତୁ କାରଣ ମିଳୁନଥିବା ମୃତ୍ୟୁ ହୋଇଯାଏ ରହସ୍ୟ। ଭାରତରେ ଏମିତି ଅନେକ ଲୋକଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ସେମିତି କିଛି କଳାକାର ଅଛନ୍ତି ଯାହାଙ୍କ ମୃତ୍ୟୁ ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠିନାହିଁ। ଏଇ ଯେମିତି ମଡେଲ୍‌ ଜେସିକା ଲାଲ।

ପ୍ରସିଦ୍ଧ ମଡେଲ ଜେସିକା ଲାଲଙ୍କ ମୃତ୍ୟୁ ହୋଇଥିଲା ୨୯ ଏପ୍ରିଲ ୧୯୯୯ରେ। ଦିଲ୍ଲୀର ଟେମରିଣ୍ଡ କୋର୍ଟ ରେଷ୍ଟୁରାଣ୍ଟରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। କାରଣ ଥିଲା ଜେସିକା ମଦ ପରଷିବାକୁ ମନା କରିଦେଇଥିଲେ। ତାଙ୍କ ହତ୍ୟାକାରୀ ଥିଲେ ମନୁ ଶର୍ମା। ହରିୟାଣାର କଂଗ୍ରେସ ନେତା ବିନୋଦ ଶର୍ମାଙ୍କ ପୁଅ ହେଉଛନ୍ତି ମନୁ।  ଜେସିକା ଲାଲଙ୍କ ହତ୍ୟା ମକଦ୍ଦମା ଥିଲା ଜଟିଳ । ସାତ ବର୍ଷ ପର୍ଯ୍ୟନ୍ତ ଚାଲିଲା ମକଦ୍ଦମା। ଶେଷରେ ୨୦୦୬ ସମସ୍ତ ଅଭିଯୁକ୍ତଙ୍କୁ ଖଲାସ କରା ଯାଇଥିଲା।

ଆପରାଧିଙ୍କୁ ଦଣ୍ଡ ନମିଳିବା ପରେ ଜେସିକାଙ୍କ ଭଉଣୀ ଏହି କେସ୍‌କୁ ମିଡିଆରେ ମାଧ୍ୟମରେ ପ୍ରକାଶ କଲେ। ଖବର ପ୍ରକାଶ ପାଇବା ପରେ ଦିଲ୍ଲୀ ସମେତ ପୁରା ଦେଶ ଏକଜୁଟ୍‌ ହେଲା। ଏହି କେସ୍‌କୁ ପୁଣିଥରେ ଖୋଲାଗଲା ଓ ମନୁଙ୍କୁ ଆଜୀବନ କାରାଦଣ୍ଡ ଶୁଣାଗଲା। ମନୁଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯିବା ପରେ ପୁରା ଦେଶରେ ଖୁସିର ଲହରୀ ଖେଳିଗଲା କିନ୍ତୁ କିଛି ରାଜନୈତିକ ଦଳ ସାହର୍ଯ୍ୟ ପାଇଁ ମନୁ ମଝି ମଝିରେ ଜେଲରୁ ବାହରକୁ ଆସୁଥିଲେ। ମଝିରେ ଜେଲରୁ ଆସି ସେ ମୁମ୍ବାଇର ଜଣେ ଝିଅକୁ ବିବାହ ମଧ୍ୟ କରିଥିଲେ।

୨୦୧୧ରେ ଜେସିକା ଲାଲ ମର୍ଡର କେସ୍‌ରେ ପ୍ରଭାବିତ ହେଇ ଫିଲ୍ମ ‘ନୋ ୱାନ କିଲ୍‌ଡ୍ ଜେସିକା’ ନିର୍ମାଣ କରାଗଲା। ଏହି ଫିଲ୍ମର ପ୍ରମୁଖ ଭୂମିକାରେ ଥିଲେ ରାଣୀ ମୁଖାର୍ଜୀ ଓ ବିଦ୍ୟା ବାଲାନ୍‌। ଫିଲ୍ମଟି ବକ୍ସ ଅଫିସରେ ଧୁମ୍ ମଚାଇଥିଲା। ଏହା ବ୍ୟତୀତ ଫିଲ୍ମ ହଲ୍ଲା ବୋଲ ମଧ୍ୟ ଜେସିକାଙ୍କ ମର୍ଡରକୁ ନେଇ ନିର୍ମିତ ହୋଇଛି। ଦୁଇଟି ଫିଲ୍ମରେ  ସାଧାରଣ ଲୋକ ଓ ଗଣମାଧ୍ୟମର  ଶକ୍ତିର ଝଲକ୍‌ ରହିଛି।