ମୁରଥଲରେ ହୋଇଥିବା ଗଣବଳାତ୍କାରର ପ୍ରମାଣ ରହିଛି: ହରିୟାଣା କୋର୍ଟ

ଚଣ୍ଡୀଗଡ଼: ଜାଟ୍‌ ଆନ୍ଦୋଳନ ସମୟରେ ମୁରଥଲରେ ହୋଇଥିବା ଗଣବଳାତ୍କାର ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ହରିୟାଣା ପୋଲିସକୁ ସାମଲୋଚନା କରିଛନ୍ତି। କୋର୍ଟ କହିଛନ୍ତି ମୁରଥଲରେ ଗଣବଳାତ୍କାର ହୋଇଥିବାର ପ୍ରମାଣ ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ମତ ଏବଂ ଫଟା କପଡ଼ାକୁ ପ୍ରମାଣ ଭାବେ ମାନିଛନ୍ତି ହାଇକୋର୍ଟ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ହରିୟାଣା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ମାମଲାର ଅନୁଧ୍ୟାନ କରୁଥିବା ଏସ୍‌ଆଇଟିକୁ ସୋନିପଥର ଅଦାଲତରେ ଲିଖିତ ପ୍ରମାଣ ଦାଖଲ କରି ଗଣବଳତ୍କାରର ଧାରା ନ ହଟାଇବା ପାଇଁ କହିଛନ୍ତି।

ହରିୟାଣା ସରକାର ଏବଂ ମାମଲାର ଅନୁଧ୍ୟାନ ପାଇଁ ଗଠିତ ହୋଇଥିବା ଏସଆଇଟିଙ୍କ କହିବା କଥା ହେଉଛି ମୁରଥଲରେ ଗଣବଳାତ୍କାର ନୁହେଁ, କେବଳ ଦୁଷ୍କର୍ମ ଘଟିଥିଲା। ଏହି ମାମଲାରେ ଏସଆଇଟି ଦ୍ୱାରା ଦୁଇ  ପ୍ରତ୍ୟେକ୍ଷଦର୍ଶୀଙ୍କ ମତ ରେକର୍ଡ କରାଯାଇଥିଲା। ଯେଉଁଥିରେ ଉଭୟ ପ୍ରତ୍ୟେକ୍ଷଦର୍ଶୀ ମହିଳାଙ୍କ ସହ ଜୋର ଜବରଦସ୍ତି କରାଯାଇଥିବା କହିଛନ୍ତି।