ଜୟ ଶ୍ରୀରାମ ନକହିବା ପ୍ରସଙ୍ଗ: ପୋଡ଼ି ହୋଇଥିବା ମୁସଲିମ ନାବାଳକ ମୃତ

ଲକ୍ଷ୍ନୌ: ଦେଶରେ ଜୟ ଶ୍ରୀରାମ ନାରା ଦେବା ନାଁରେ ଆରମ୍ଭ ହୋଇଥିବା ଗୁଣ୍ଡାଗର୍ଦ୍ଦି ଆଜି ପୁଣି ଜଣେ ନାବାଳକର ଜୀବନ ନେଇଛି। ରବିବାର ଉତ୍ତର ପ୍ରଦେଶ ଚାନ୍ଦୋଲି ଠାରେ ଖଲୀଦ ନାମ ଜଣେ ୧୭ ବର୍ଷୀୟ ପିଲାକୁ ୪ ଜଣ ବ୍ୟକ୍ତି ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରିଥିଲେ।

ସେ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ଖଲୀଦଙ୍କ ମୃତ୍ୟୁ ଘଟିଛି। ନିଆଁ ଲାଗିଯାଇଥିବାରୁ ଖଲୀଦଙ୍କ ଶରୀରର ୬୦% ଅଂଶ ପୋଡ଼ି ଯାଇଥିଲା। ତାଙ୍କୁ କାଶୀର କବିର ଚୌରା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

୪ ଜଣ ଦୁର୍ବୃତ୍ତ ଖଲୀଦ ଜୟ ଶ୍ରୀରାମ ନାରା ନ ଦେବାରୁ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲେ ହେଁ ପୁଲିସ୍‌ ଏହାକୁ ଅଗ୍ରାହ୍ୟ କରିଛି। ଖଲୀଦ ନିଜେ ହିଁ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଚାନ୍ଦୋଲି ଏସ୍‌ପି କହିଛନ୍ତି।