ମିଆଁମାର: ନ୍ୟାସନାଲ ଲିଗ୍ ଫର ଡେମୋକ୍ରାସୀ ହାତେଇଲା ୫୩୬ ଆସନ

ରେଙ୍ଗୁନ: ମିଆଁମାରର ବିରୋଧୀ ଦଳ ନ୍ୟାସନାଲ ଲିଗ୍ ଫର ଡେମୋକ୍ରାସୀ (ଏନଏଲଡି) ଚଳିତ ସାଧାରଣ ନିର୍ବାଚନରେ ୫୩୬ଟି ଆସନ ଜିତିଛି। ଦଳର ନେତ୍ରୀ ତଥା ନୋବେଲ ବିଜୟୀନି ଅଙ୍ଗସାନ ସୁ କୀଙ୍କ ଦଳ ଏହି ସଫଳତା ପାଇଛି। ୬୨୭ଟି ଆସନ ମଧ୍ୟରୁ ୫୩୬ ସିଟରେ ବିଜୟୀ ହୋଇଛି ସୁକୀଙ୍କ ଦଳ। ସେଥିମଧ୍ୟରୁ ହାଉସ ଅଫ୍ ରିପ୍ରିଜେଣ୍ଟିଭ୍ (ନିମ୍ନ ସଦନ) ୧୭୯ଟି ଆସନ ଓ ହାଉସ ଅଫ୍ ନ୍ୟାସନାଲିଟିଜ୍ (ଉଚ୍ଚ ସଦନ)ରେ ୭୭ଟି ଆସନ ଜିତିଛି ।

ଅନ୍ୟପକ୍ଷରେ ଧୂଳି ଚାଟିଛି ୟୁନିୟନ ସଲିଡିଟାରୀ ଆଣ୍ଡ ଡେଭଲ୍ପମେଣ୍ଟ ପାର୍ଟି। ଏହି ଦଳ ମାତ୍ର ୫୧ଟି ଆସନରେ ବିଜୟୀ ହୋଇଛି। ସେଥିମଧ୍ୟରୁ ୧୭ ଜଣ ନିମ୍ନ ସଦନ ଓ ୪ଟି ଉଚ୍ଚ ସଦନରେ ଓ ୩୦ଟି ଆସନ ଷ୍ଟେଟ ପାର୍ଲିଆମେଣ୍ଟ ଜିତିଛି। ଗୁରୁବାର ସୁଦ୍ଧା ୬୨୭ଟି ଆସନରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି।