ଆଜି ବଜାରକୁ ଆସିବ ୧୨୫ ଟଙ୍କିଆ କଏନ୍‌

ନୂଆଦିଲ୍ଲୀ: ଆଜି ଆସିବ ୧୨୫ ଟଙ୍କିଆ କଏନ୍‌। ଉପରାଷ୍ଟ୍ରପତି ଏମ୍‌.କେ ଭେଙ୍କେୟା ନାଇଡୁ ଏହି କଏନ୍‌କୁ  ଉନ୍ମୋଚନ କରିବେ। ପି ସି ମହାଲନୋବିସ୍‌ଙ୍କ ୧୨୫ତମ ଜୟନ୍ତୀ ଏବଂ ପରିସଂଖ୍ୟାନ (Statistics Day ) ଦିବସ ଅବସରରେ ଏହି କଏନଙ୍କୁ ଦେଶ ଉଦ୍ଦେଶ୍ୟରେ ଜାରି କରିବେ ଭେଙ୍କେୟା। ଏଥିସହ ୫ ଟଙ୍କିଆ ନୂଆ ମୁଦ୍ରା ମଧ୍ୟ ଜାରି ହେବ। ମିଳିଥିବା ସୂଚନା ଅନୁଯାୟୀ, ପି ସି ମହାଲନୋବିସ୍‌ଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ  ଉପରାଷ୍ଟ୍ରପତି ଏହି କଏନର ଉନ୍ମୋଚନ କରିବେ। ଜୁନ୍‌ ୨୯କୁ  ପ୍ରତିବର୍ଷ ପରିସଂଖ୍ୟାନ ଦିବସ ହିସାବରେ ଜାତୀୟସ୍ତରରେ ପାଳନ କରିବା ପାଇଁ ସରକାର ୨୦୦୭ରେ ନିଷ୍ପତ୍ତି ନେଥିଲେ।  ସେବେଠାରୁ ଏହ ଦିବସ ପାଳନ ହୋଇ ଆସୁଛି।  ୨୦୧୬ ନଭେମ୍ବର ମାସରେ ବିମୁଦ୍ରାୟନ ପରେ ସରକାର ୨୦୦, ୫୦୦ ଏବଂ ୨୦୦ଟଙ୍କିଆର ନୂଆ ନୋଟ ଜାରି କରିସାରିଛନ୍ତି।  ଏବେ କଏନ କ୍ଷେତ୍ରରେ ପ୍ରଥମଥର ପାଇଁ ଏକ ବଡ଼ ମୂଲ୍ୟର ମୁଦ୍ରା ୧୨୫ ଟଙ୍କିଆ କଏନକୁ ଜାରି କରିବାକୁ ଯାଉଛନ୍ତି ଭାରତ ସରକାର।