ନାଇଜେରିଆ: ୧୦୦ ବୋକୋ ହାରାମ୍ ଆତଙ୍କୀ ମୃତ, ୯୦୦ ବନ୍ଧକ ମୁକ୍ତ

ୟାଉଣ୍ଡେ: ଗତ ଏକ ସପ୍ତାହ ମଧ୍ୟରେ ନାଇଜେରିଆରେ ୧୦୦ ବୋକୋ ହାରାମ୍ ଆତଙ୍କୀଙ୍କ  ମୃତ୍ୟୁ ଘଟିଛି। ସେମାନଙ୍କ ନିକଟରେ ବନ୍ଧକ ଥିବା ୯୦୦ ନାଗରିକ ମୁକ୍ତି ପାଇଛନ୍ତି। କ୍ୟାମରୁନର ସ୍ୱତନ୍ତ୍ର ଟ୍ରୁପ୍ ବନ୍ଧକଙ୍କୁ ଉଦ୍ଧାର କରିବା ସହ ଆତଙ୍କୀଙ୍କୁ ମାରିଛନ୍ତି। ବୁଧବାର ଏହି ସୂଚନା ଦେଇଛି ନାଇଜେରିଆର ପ୍ରତିରକ୍ଷା ବିଭାଗ।

ବୋକୋ ହାରାମ୍ ଆତଙ୍କବାଦୀଙ୍କୁ ପ୍ରତିହତ କରିବା ପାଇଁ ନାଇଜେରିଆର ସୀମାରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ଅପରେସନ ନଭେମ୍ବର ୨୬ରୁ ୨୮ ତାରିଖ ଯାଏଁ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିବା ସହ ସେହି ଅଞ୍ଚଳ ସେନା ଅଧିକାରକୁ ଆସିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଜୋସେଫ୍ ବେଟି ଆଶୋମୋ।