ଲାଲୁଙ୍କଠାରୁ ମୁକ୍ତି ପାଇବାକୁ ନୀତିଶ ତାନ୍ତ୍ରିକଙ୍କ ଶରଣ ନେବାର ଭିଡିଓ ଦେଖାଇଲେ ଗିରିରାଜ ସିଂ

ପାଟନା: ବିହାରରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଥିବା ବେଳେ ରାଜନୈତିକ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଆଜି ବିଜେପି ସାଂସଦ ଗିରିରାଜ ସିଂହ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦୃଢ଼ ସମାଲୋଚନା କରିଛନ୍ତି। ନୀତିଶ ଏକ ତାନ୍ତ୍ରିକଙ୍କ ପାଖକୁ ଯାଇଥିବା ଏକ ଭିଡିଓ ଦେଖାଇଛନ୍ତି ଗିରିରାଜ। ଗିରିରାଜ ଟ୍ୱିଟ କରି କହିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପାଖରୁ ମୁକ୍ତି ପାଇବା ପାଇଁ ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ । ନୀତିଶଙ୍କ ତାନ୍ତ୍ରିକ ଲାଲୁ ମୁଦାବାଦ କହୁଥିବା ଦେଖିବାକୁ ମିଳୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଭିଡିଓରେ ନୀତିଶଙ୍କ ମୁଖା ଖୋଲିଯାଇଛି । ବିହାରବାସୀ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି । ଫଳରେ ସେ ହତାଶ ହୋଇଯାଇଛନ୍ତି ।

ଭିଡିଓ ସମ୍ପର୍କରେ ଲାଲୁଙ୍କୁ ଯେତେବେଳେ ପଚରାଗଲା ସେ ସିଧାସଳଖ କିଛି କହିବାକୁ ମନା କରିଦେଇଥିଲେ । ତେବେ ସେ ତାନ୍ତ୍ରିକଠାରୁ ବଡ ତାନ୍ତ୍ରିକ ବୋଲି କହିଥିଲେ। ଭିଡିଓ ଓ ତାନ୍ତ୍ରିକ କଥା ଯାହା ହେଉ ପଛେ ରାଜନେତାମାନେ ନିଜ ଇଚ୍ଛା ପୁରଣ ଲାଗି ତାନ୍ତ୍ରିକଙ୍କ ପାଖକୁ ଯିବାକୁ ମଧ୍ୟ ପଛାଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।