ରୋମାଣ୍ଟିକ ବାବା: ଆପତ୍ତିଜନକ ଅବସ୍ଥାରେ ମହିଳାଙ୍କ ସହ ଧରାପଡିଲେ

ବେଙ୍ଗାଲୁରୁ: ଭଣ୍ଡ ସ୍ୱାମୀ ଓ ବାବାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା। ରାମ ରହିମ, ରାଧେ ମା’ ସତପାଲଙ୍କ କଳା କାରନାମା ଲୋକଙ୍କ ମନରୁ ଲିଭି ନାହିଁ ଧରାପଡିଛନ୍ତି ଆଉ ଜଣେ ବାବା। ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଏହି ବାବା ଜଣଙ୍କୁ ଦେଖିବାକୁ ମିଳିଛି। ଘଟଣାଟି ବେଙ୍ଗାଲୁରୁର ୟେଲହାଙ୍କା ସ୍ଥିତ ମଠର। ଦୟାନନ୍ଦ ଓରଫ ନଞ୍ଜେଶ୍ୱର ସ୍ୱାମୀଜୀଙ୍କୁ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଛି। ଦୟାନନ୍ଦ ଏହି ମଠର ସ୍ୱାମୀ ପର୍ବତରାଜ ଶିୱାଚାର୍ଯ୍ୟଙ୍କ ପୁଅ ବୋଲି କୁହାଯାଉଛି।

ଅଭିଯୋଗ ଅନୁସାରେ ଦୟାନନ୍ଦ ପୂର୍ବରୁ ଏକାଧିକ ମହିଳାଙ୍କ ସହ ଏପରି କରି ସାରିଛି। ୨୦୧୧ରେ ମଠର ମହନ୍ତ ହେବାକୁ ଉଦ୍ୟମ କରିଥିଲେ। ହେଲେ ମଠର ଭକ୍ତଙ୍କ ବିରୋଧ ଯୋଗୁଁ ସେ ଏଥିରେ ସଫଳ ହୋଇପାରି ନଥିଲେ। ବିରୋଧ ପରେ ସେ ତାଙ୍କ ନାଁ ଦୟାନନ୍ଦକୁ ପରିବର୍ତ୍ତନ କରି ନଞ୍ଜେଶ୍ୱର ସ୍ୱାମୀଜୀ ରଖି ଦେଇଥିଲେ।