ରାହୁଲଙ୍କୁ କଟାକ୍ଷ କଲେ ମୋଦି

ନୂଆଦିଲ୍ଲୀ: ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଦେଇଥିଲେ। ଏହା ପରେ ସେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ।

ମୋଦି କହିଛନ୍ତି,“କିଛିଦିନ ତଳେ ରାହୁଲ କହିଥିଲେ ଯଦି ବିମୁଦ୍ରାକରଣ ଦୁର୍ନୀତି ଉପରେ ସଂସଦରେ ସେ କିଛି କହିବେ ତେବେ ଭୂମିକମ୍ପ ଆସିଯିବ। ଯାହା ଗତକାଲି ଆସିଥିଲା।”

ସେ କହିଛନ୍ତି,“କଂଗ୍ରେସ ଏବେ ପର୍ଯ୍ୟନ୍ତ ମଧ୍ୟ ଭାବୁଛି ସେମାନଙ୍କ ଯୋଗୁଁ ଦେଶକୁ ସ୍ୱାଧୀନତା ମିଳିଛି। କିନ୍ତୁ ମହାନ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟା ଯୋଗୁଁ ଦେଶକୁ ସ୍ୱାଧୀନତା ମିଳିଛି। ଏହାକୁ କଂଗ୍ରେସ ଏପର୍ଯ୍ୟନ୍ତ ସ୍ୱୀକାର କରିପାରୁ ନାହିଁ। ବିମୁଦ୍ରାକରଣକୁ ନେଇ ସଂସଦରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଥିଲୁ। କିନ୍ତୁ ବିରୋଧୀ ବିତର୍କରେ ସାମିଲ ନ ହୋଇ ଟିଭିରେ ବାଇଟ ଦେବାରେ ବ୍ୟସ୍ତ ଥିଲେ।”

ଜଣେ ସାଧାରଣ ଚା’ ବିକାଳୀ ପ୍ରଧାମନ୍ତ୍ରୀ ହେବା ଦେଶର ଜନଶକ୍ତିକୁ ପ୍ରତିନିଧିତ୍ୱ କରୁଛି ବୋଲି ମୋଦି ତାଙ୍କ ବକ୍ତବ୍ୟରେ କହିଛନ୍ତି।