ବିହାର ପାଇଁ ୫ ଶହ କୋଟିର ପ୍ୟାକେଜ୍: ବନ୍ୟାସ୍ଥିତି ସମୀକ୍ଷା ପରେ ମୋଦି କଲେ ଘୋଷଣା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିହାର ବନ୍ୟା ପାଇଁ ୫ ଶହ କୋଟିର ପ୍ୟାକେଜ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶମାର୍ଗରୁ ବିହାର ବନ୍ୟାସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି। ବିହାର ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୪୧୯ ଜଣ ପ୍ରାଣ ହରାଇଥିବା ବେଳେ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। କ୍ଷୟକ୍ଷତି ସଂପର୍କରେ ଆକଳନ କରିବା ସହ ତୁରନ୍ତ ଏକ କେନ୍ଦ୍ରୀୟ ଟିମ୍ ପଠାଇବା ପାଇଁ ମୋଦି ଆଶ୍ୱସନା ଦେଇଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ ୫୦ ହଜାର ଟଙ୍କାର ସହାୟତା ଦିଆଯିବ ବୋଲି ମୋଦି ଘୋଷଣା କରିଛନ୍ତି। ରାଜ୍ୟର ୧୯ଟି ଜିଲ୍ଲାର ଲୋକେ ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି। ତେବେ କିଛି କିଛି ସ୍ଥାନରେ ବର୍ଷା ଛାଡ଼ିଥିବାରୁ ବିପନ୍ନମାନେ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ମଧ୍ୟ ୩୬୮ଟି ରିଲିଫ କ୍ୟାମ୍ପ ଖୋଲାଯାଇଛି। ବର୍ତ୍ତମାନ ୨୮ଟି ଏନଡିଆରଏଫ୍ ଟିମ୍ ୧୧୮ଟି ବୋଟ୍ ସହାୟତାରେ ଉଦ୍ଧାର କାମରେ ଲାଗିଛନ୍ତି।