ନାସାର ୧୨ ଜଣିଆ ମହାକାଶଚାରୀଙ୍କ ମଧ୍ୟରେ ଜଣେ ଆମେରିକାରେ ଜନ୍ମିତ ଭାରତୀୟ, ଜାଣିବାକୁ ପଢ଼ନ୍ତୁ ଏ ରିପୋର୍ଟ

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନରେ ଏକାଧିକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିବା ନାସା ଆଉ ଏକ ରେକର୍ଡ କରିବାକୁ ଯାଉଛି। ଏହା ହେଲା ମହାକାଶ ଯାତ୍ରା ପାଇଁ ନାସା ପ୍ରସ୍ତୁତ କରିଛି ୧୨ ଜଣିଆ ଟିମ୍‌। ଏହା ସବୁଠାରୁ ବଡ଼ ଟିମ୍‌ ହେବାକୁ ଯାଉଛି। ଏହି ମହାକାଶ ଯାତ୍ରା ଭାରତୀୟମାନଙ୍କ ପାଇଁ ସ୍ମରଣୀୟ ହେବାକୁ ଯାଉଛି। କାରଣ ଏହି ଟିମ୍‌ରେ ଅଛନ୍ତି ଜଣେ ଆମେରିକାରେ ଜନ୍ମିତ ଭାରତୀୟ। ତାଙ୍କ ନାଁ ରାଜି ଚାରି।

୩୯ ବର୍ଷୀୟ ରାଜିଙ୍କ ବାପା ହେଉଛନ୍ତି ଭାରତୀୟ। ରାଜି ଏବେ କାଲିଫର୍ଣ୍ଣିଆର ଇଡୱାର୍ଡ ଏୟାର ବେସ୍‌ର ୪୬ ଫାଷ୍ଟ ଫ୍ଲାଇଟ ଟେଷ୍ଟ ସ୍କ୍ୱାର୍ଡନର କମାଣ୍ଡର ଏବଂ ଏଫ୍‌-୩୫ ଇଣ୍ଟିଗ୍ରେଟେଡ ଟେଷ୍ଟ ଫୋର୍ସର ଡାଇରେକ୍ଟର ଅଛନ୍ତି। ରାଜି ଏମ୍‌ଆଇଟିରୁ ଏରୋନଟିକ୍‌ ଓ ଆଷ୍ଟ୍ରୋନଟିକ୍‌ସରେ ମାଷ୍ଟର ଡିଗ୍ରୀ କରିଛନ୍ତି। ଏହାସହ ୟୁଏସ୍‌ର ନାଭାଲ ଟେଷ୍ଟ ପାଇଲଟ ସ୍କୁଲରେ ଡିଗ୍ରୀ କରିଛନ୍ତି।

ନାସା ପକ୍ଷରୁ ଗଠନ ହୋଇଥିବା ଏହି ଟିମ୍‌ରେ ୭ଜଣ ପୁରୁଷ, ୫ ଜଣ ମହିଳା ଅଛନ୍ତି। ଏହି ଟିମ୍‌ରେ ସାମିଲ ହେବାକୁ ୧୮,୩୦୦ ଜଣ ଆବେଦନ କରିଥିଲେ।