ଅବଦୁଲ କଲାମଙ୍କୁ ନାସାର ସଲାମ: ଆବିଷ୍କାର ହୋଇଥିବା ନୂଆ ଜୀବ କଲାମଙ୍କ ନାମରେ ନାମିତ

ନୂଆଦିଲ୍ଲୀ: ଭାରତ ପାଇଁ ବଡ଼ ଖବର। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଜଣାଶୁଣା ବୈଜ୍ଞାନିକ ଅବଦୁଲ କଲାମଙ୍କୁ  ସମ୍ମାନ ଜଣାଇଛି। ଏହିପରିପ୍ରେକ୍ଷୀରେ ନାସାର  ବୈଜ୍ଞାନିକମାନ  ଆବିଷ୍କାର କରିଥିବା  ଏକ ନୂଆ ପ୍ରଜାତିର ଜୀବର ନାମକରଣ  କଲାମଙ୍କ ନାମରେ କରାଯାଇଛି। ଯେଉଁ ବ୍ୟାକ୍ଟେରିଆ ପୃଥିବୀରେ ଦେଖା ଯାଆନ୍ତି ନାହିଁ।

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଇଣ୍ଟରନେସନାଲ ସ୍ପେଷ ଷ୍ଟେସନ)ରୁ ଏହି ଜୀବକୁ ଆବିଷ୍କାର କରାଯାଇଛି। ନାସାର ଜେଟ ପପୁଲେସନ ଲାବରେଟେରୀ(ଜେପିଏଲ)  ମହାକାଶରେ ଯାତ୍ରା ସମୟରେ ଏହି ଜୀବର ସନ୍ଧାନ ପାଇପାରିଥିଲା।  ଏହାର ନାମ ‘ସୋଲିବେକ୍‌ଲିୟସ କଲାମୀ’ ରଖାଯାଇଛି। ୧୯୬୩ରେ କଲାମ ନାସାରୁ ପ୍ରଶିକ୍ଷଣ ନେଇଥିଲେ। ପରେ କେରଳରେ ଥୁମ୍ବା ଗ୍ରାମରୁ ତାଙ୍କ ନେତୃତ୍ୱରେ ରକେଟ ଲଞ୍ଚର ଉତ୍‌କ୍ଷେପଣ କରାଯାଇଥିଲା।