ବିକ୍ରମକୁ ହ୍ୟାଲୋ ବାର୍ତ୍ତା ପଠାଇଲା ନାସା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଉଦ୍ୟମ ଜାରି ରଖିଛି। ଇସ୍ରୋକୁ ଏଯାଏ ସଫଳତା ମିଳି ନଥିବା ବେଳେ ଏବେ ନାସା ବିକ୍ରମ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ ପରେ ଅଚଳ ହୋଇ ପଡ଼ିଥିବା ବିକ୍ରମ ପାଖକୁ ନାସା ‘ହ୍ୟାଲୋ’ ମେସେଜ ପଠାଇଥିବା ଜଣାପଡ଼ିଛି।

କାଳେ ନାସା ଦ୍ୱାରା ବିକ୍ରମ ସହ ଯୋଗାଯୋଗ ହୋଇପାରିବ, ସେନେଇ ଇସ୍ରୋ ମଧ୍ୟ ବେଶ ଆଶାବାଦୀ ରହିଛି। ଏବେ ନାସା ଓ ଇସ୍ରୋ ମିଳିତ ଭାବେ ବିକ୍ରମକୁ ସଚଳ କରିବା ପାଇଁ ଉଦ୍ୟମ କରିବେ।

ନାସାର ଜେଟ୍‌ ପ୍ରୋପୁଲସନ ଲ୍ୟାବ(ଜେପିଏଲ) ପକ୍ଷରୁ ବିକ୍ରମ ସହ ରେଡିଓ ଫ୍ରିକ୍ୱେନ୍ସି ଦ୍ୱାରା ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଛି। ନାସାର ଜେପିଏଲ୍‌ ଡିପ୍‌ ସ୍ପେଶ ନେଟୱର୍କ(ଡିଏସଏନ) ଦ୍ୱାରା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ବାର୍ତ୍ତା ପଠାଇଛି।

ଆଉ ଏକ ମହାକାଶ ସଂସ୍ଥା ସ୍କଟ ଟିଲ୍ଲେ କହିଛି, “ନାସାର କାଲିଫର୍ଣ୍ଣିଆ ଠାରେ ଥିବା ତା’ର ଡିଏସଏନର ରେଡିଓ ସଙ୍କେତ ଦ୍ୱାରା ବିକ୍ରମ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରୁଛି।”

୨୦୦୫ରେ ନାସାର ଗୁଇନ୍ଦା ସ୍ୟାଟେଲାଇଟ୍‌ ହଜି ଯାଇଥିଲା। ହେଲେ ସ୍କଟ ଟେଲ୍ଲେ ହିଁ ଏହାକୁ ଖୋଜି ବାହାର କରିବାରେ ସକ୍ଷମ ହୋଇଥିଲା।
ଶନିବାର ଭୋର ସମୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରରେ ସଫ୍ଟ ଲ୍ୟାଣ୍ତିଂ କରିବାର ଥିଲା। ହେଲେ ଚନ୍ଦ୍ରପୃଷ୍ଠରୁ ୨.୧ କିମି ଦୂରରେ ଥିବା ବେଳେ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସେବଠାରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଉଦ୍ୟମ ଜାରି ରଖିଛି।