ଜେଲ କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ, “ରଖି ନ ପାରୁଛ ଯଦି କଏଦୀଙ୍କୁ ମୁକ୍ତ କର”

ନୂଆଦିଲ୍ଲୀ: ଦେଶର ଜେଲ୍‌ଗୁଡ଼ିକର ସ୍ଥିତି ଏବେ ଭଲନାହିଁ। କହିବାକୁ ଗଲା ଅପରାଧିଙ୍କ ତୁଳନାରେ ଏବେ କମ୍‌ ପଡିଛି ଜେଲ୍‌ ସଂଖ୍ୟା। କ୍ଷମତାଠାରୁ ଅଧିକ ୬୦୦ ଗୁଣା କଏଦୀ ରହୁଛନ୍ତି ଜେଲରେ । ଏହି ଘଟଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କ ଉପରେ ସୁପ୍ରିମ୍‌ କୋର୍ଟ ବର୍ଷିଛନ୍ତି। କୋର୍ଟ କହିଛନ୍ତି, ‘‘କଏଦୀମାନଙ୍କ ମାନବାଧିକାର ଉଲ୍ଲଙ୍ଘନ ହେଉଛି। ତାଙ୍କୁ ଜେଲ୍‌ ଭିତରେ ପଶୁମାନଙ୍କ ଭଳି ରଖିବା ଉଚିତ ନୁହେଁ। ସରକାର ଯଦି ସେମାନଙ୍କୁ ଠିକ୍‌ରେ ନ ରଖି ପାରିବେ ତେବେ ମୁକ୍ତ କରି ଦିଅନ୍ତୁ। ”

ସୂଚନାଯୋଗ୍ୟ ଯେ, ସୁପ୍ରିମ୍‌ କୋର୍ଟ ଦୁଇବର୍ଷ ପୂର୍ବରୁ ରାଜ୍ୟଗୁଡ଼ିକରେ ଥିବା ଜେଲ୍‌ର କ୍ଷମତାଠାରୁଅଧିକ କଏଦୀମାନଙ୍କ ସମସ୍ୟା ଉପରେ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାର ଅନୁପାଳନ ହୋଇପାରି ନାହିଁ। ଫଳରେ କୋର୍ଟ ଏଭଳି କଟୁ ଭାଷାରେ ସମାଲୋଚନା କରିଛନ୍ତି। ମାମଲାର ଆଗାମୀ ଶୁଣାଣି ମେ ୮ରେ ହେବ ବୋଲି କହିଛନ୍ତି ।

ମାମଲାର ଶୁଣାଣି ଜଷ୍ଟିସ୍‌ ଏମ୍‌ବି ଲାକୁର ଓ ଜଷ୍ଟିସ୍‌ ଦୀପକ ଗୁପ୍ତା କହିଛନ୍ତି ଯଦି ‘ଆମେ ଜେଲ୍‌ରେ କଏଦୀମାନଙ୍କୁ ଠିକ୍‌ରେ ନ ରଖି ପାରିବା ତେବେ ଏହା ଆମର ସବୁଠୁ ବଡ଼ ଦୁର୍ଭାଗ୍ୟ। ଏଣୁ କଏଦୀ ମାନଙ୍କ ସୁବିଧା ପାଇଁ ଦୁଇ ସପ୍ତାହରେ ଏହି କାର୍ଯ୍ୟ ଠିକ୍‌ ଭାବେ ନ ହେଲେ କୋର୍ଟ ନୋଟିସ୍‌ ଦେବ।”

ନ୍ୟାୟପୀଠ କହିଥିଲେ ‘ଆମେ ୨୦୧୬ ମସିହା ଅକ୍ଟୋବର ୩ରେ କଏଦୀମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା ବିଷୟରେ ଉତ୍ତର ମାଗିଥିଲୁ, କିନ୍ତୁ ମିଳି ନ ଥିଲା। କୋର୍ଟ କହିଥିଲା ରାଜ୍ୟ ଓ କେନ୍ଦ୍ର ଶାସିତ ସରାକରଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରି ଦୁଇସପ୍ତାହ ଭିତରେ ଦାଖଲ କରନ୍ତୁ। ଏଥର ଯଦି ଯୋଜନାଗୁଡ଼ିକ ଦାଖଲ ନ କରାଗଲା ତେବେ  ନ୍ୟାୟପୀଠ ଏହା ଉପରେ ନୋଟିସ୍‌ ଜାରି କରିବାକୁ ବାଧ୍ୟ ହେବେ।