ରାଜଦୀପଙ୍କ ଭବିଷ୍ୟବାଣୀ- ୟୁପିରେ ଫୁଟିବ ପଦ୍ମ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ୭ଟି ପର୍ଯ୍ୟାୟରୁ ୫ଟିର ଭୋଟ୍ ଗ୍ରହଣ ସରିଛି। ଭୋଟ୍‌ ଗ୍ରହଣର ଶେଷ ପର୍ଯ୍ୟାୟ ଚାଲିଥିବା ବେଳେ ଦେଶର ଜଣାଶୁଣା ବରିଷ୍ଠ ସାମ୍ବାଦିକ ରାଜଦୀପ ର୍ସଦେଶାଇଙ୍କ ପୂର୍ବାନୁମାନ ୟୁପି ରାଜନୀତିରେ ଏକ ନୂଆ ରଙ୍ଗ ସୃଷ୍ଟି କରିଥିବା ଏକ ଇଂରାଜି ସମ୍ବାଦପତ୍ର ଖବର ପ୍ରକାଶ କରିଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମେ।ଦି ମ୍ୟାଜିକ୍‌ କାମ କରିବ ଓ ଏହା ସହ ଭାରତୀୟ ଜନତା ପାର୍ଟିକୁ ବହୁମତ ମିଳିବ ବୋଲି ରାଜଦୀପ କହିଛନ୍ତି। ବିହାରରେ ଯେଉଁଭଳି ମହାମେଣ୍ଟ ବିଜେପିକୁ ରେ।କିପାରିଥିଲା  ୟୁପିରେ କିନ୍ତୁ କଂଗ୍ରସ-ଏସପି ମେଣ୍ଟ କିମ୍ବା ମାୟାବତୀ ବିଜେପିକୁ ରେ।କିପାରିବାରେ ସକ୍ଷମ ହେବ ନାହିଁ ।  କାରଣ ବିହାରରେ ନୀତିଶ ଓ ଲାଲୁ ଭଳି ଏସପି ଓ କଂଗ୍ରେସ ମେଣ୍ଟ ଏତେ ଶକ୍ତିଶାଳୀ ଦେଖାଯାଉନାହିଁ। ଏଠାରେ କଂଗ୍ରେସର ବିକଳ୍ପ ଭାବେ ଯଦି ଏସ୍‌ପି ସହ  ବିଏସପି ମେଣ୍ଟ କରିଥାନ୍ତା ତେବେ ବିଜେପି ପରାଜିତ ହେ।ଇଥା’ନ୍ତା ବେ।ଲି ସେ କହିଛନ୍ତି। ଅବଶ୍ୟ ୨୦୧୪ ଲେ।କସଭା ନିର୍ବାଚନ ତୁଳନାରେ ଭେ।ଟ ହାର କମିବ। କିନ୍ତୁ ୟୁପିରେ ସବୁଠୁ ବଡ ଦଳ ଭାବେ ବିଜେପି ହିଁ ଉଭା ହେବ। ୨୦୧୪ ଲେ।କସଭା ନିର୍ବାଚନରେ ବିଜେପି ୪୨ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ଚଳିତ ନିର୍ବାଚନରେ ବିଜେପି ପ୍ରାୟ ୩୪ ପ୍ରତିଶତ ଭୋଟ୍‌ ପାଇପାରେ ବୋଲି ରାଜଦୀପ ପୂର୍ବାନୁମାନ କରିଛନ୍ତି।