ସହଜ ହେବ ଜଳସୀମା ନିର୍ଦ୍ଧାରଣ: ନାଭିଗେସନ୍ ସାଟେଲାଇଟ୍ ଲଞ୍ଚ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ, କାଲି ସନ୍ଧ୍ୟାରେ ଉତ୍‌କ୍ଷେପଣ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ଦେଶର ଅଷ୍ଟମ ନାଭିଗେସନ୍ ସାଟେଲାଇଟ୍- IRNSS-1H ଲଞ୍ଚ୍ ପାଇଁ ଆରମ୍ଭ ହୋଇଛି ୨୯ ଘଣ୍ଟିଆ ଅବଗଣନା। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ୱନ ଲଞ୍ଚ୍ ଷ୍ଟେସନ୍ରୁ ଆସନ୍ତାକାଲି ସଂଧ୍ୟା ୭ଟାରେ ଏହାର ଉତ୍‌କ୍ଷେପଣ କରାଯିବ। ୧୪ଶହ ୨୫ କିଲୋଗ୍ରାମ୍ ଓଜନର ଏହି ସାଟେଲାଇଟ୍‌କୁ PSLV-XL ରକେଟ୍ ସାହାଯ୍ୟରେ ମହାକାଶକୁ ପଠାଯିବ। ଏହା ଇଣ୍ଡିଆନ୍ ରିଜିଓନାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍‌ରେ ଏକ ଅଂଶବିଶେଷ। ଏହି ଉପଗ୍ରହ, IRNSS-1Aର ସ୍ଥାନ ନେବ। ଏହି ସାଟେଲାଇଟ୍‌ ଆଟୋମିକ୍ କ୍ଳକ୍ ଅଚଳ ହୋଇଯିବାରୁ ନୂଆ ଉପଗ୍ରହଣ ପଠାଯାଉଛି। ଆମେରିକାର GPS ସହ ଏହା ସମକକ୍ଷ, ୧୪ଶହ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ସାଟେଲାଇଟ୍। ଯାହା ଜାହାଜ ଚଳାଚଳ, ଭୂପୃଷ୍ଠ ପରିବହନ ଓ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ସହାୟକ ହେବ। ସେହିପରି ସମୁଦ୍ରରେ ଅନ୍ତର୍ଜାତୀୟ ଜଳସୀମା ଜାଣିବାରେ ଏହା ଧୀବରମାନଙ୍କୁ ସାହାଯ୍ୟ କରିବ।