ଲିଙ୍ଗ ପରିବର୍ତ୍ତନ କରିଥିବା ନୌବାହିନୀର ସୈନିକ ଆଣିଲେ ଭେଦଭାବ ଅଭିଯୋଗ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଭାରତୀୟ ନୌସେନା ଉପରେ ଲାଗିଛି ଭେଦଭାବ ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ନୌସେନାରେ ସୈନିକ ଭାବେ କାମ କରୁଥିବା ମନୀଷ ଗିରି। ଲିଙ୍ଗ ପରିବର୍ତ୍ତନ କରିଥିବାରୁ ତାଙ୍କ ପ୍ରତି ଏପରି ବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଲିଙ୍ଗ ପରିବର୍ତ୍ତନ କରିବା ପରେ ତାଙ୍କୁ ମାନସିକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ଚେଷ୍ଟା କରାଯାଉଛି। ନିଜ ଅଧିକାରର ସୁରକ୍ଷା ପାଇଁ ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସେ ଚେତାବନୀ ଦେଇଛନ୍ତି।

ଲିଙ୍ଗ ପରିବର୍ତ୍ତନ ପରେ ମନୀଷଙ୍କୁ ସେବାରୁ ହଟାଇ ଦେବାକୁ ନୌସେନା ପକ୍ଷରୁ ସୁପାରିଶ କରାଯାଇଛି। ଭାରତୀୟ ନିୟମ ଅନୁସାରେ ମହିଳାମାନେ ପ୍ରତିରକ୍ଷା କ୍ଷେତ୍ରରେ ସୈନିକ ଭାବେ କାମ କରିପାରିବେ ନାହିଁ।

ମେଲ୍‌ଟୁଡେକୁ ମନୀଷ କହିଛନ୍ତି- “ମୋତେ ମନୋଚିକିତ୍ସା ବୋର୍ଡରେ ରଖା ଯାଇଥିଲା। ଗତ ୬ମାସ ମଧ୍ୟରେ ମୋତେ ମାନସିକ ସ୍ତରରେ ହଇରାଣ କରାଯାଇଛି। ହସ୍ପିଟାଲରେ ଡାକ୍ତରମାନେ ମୋତେ ଅଯୋଗ୍ୟ ଘୋଷଣା କରିବାକୁ ବହୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସେମାନେ ସଫଳ ହୋଇପାରି ନଥିଲେ। ମୁଁ ସୁପ୍ରିମକୋର୍ଟ ଯିବ ଓ ମୋ ଅଧିକାର ପାଇଁ ଲଢେଇ କରିବି। ନୌସେନାର ଏପରି ନିଷ୍ପତ୍ତି ମୋତେ ବହୁତ ହତାଶ କରିଛି।”

 

ଫଟୋ ସୌଜନ୍ୟ: ମେଲ୍‌ ଟୁଡେ