ଆଜୀବନ ବାସନ୍ଦ ହେଲେ ନୱାଜ ସରିଫ: ଆଉ ରାଜନୀତି କରିପାରିବେ ନାହିଁ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆଜୀବନ ବାସନ୍ଦ କଲେ ପାକିସ୍ତାନ ସୁପ୍ରିମକୋର୍ଟ। ଫଳରେ ସରିଫ୍ ଭବିଷ୍ୟତରେ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ। ପାକିସ୍ତାନ ସୁପ୍ରିମକୋର୍ଟ ସରିଫଙ୍କ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଏଥିସହିତ ସେ କୌଣସି ସରକାରୀ ପଦ ପଦବୀରେ ମଧ୍ୟ ରହିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ ନାମାଙ୍କନ ପତ୍ରରେ ଭୁଲ ତଥ୍ୟ ଦେଇ ଭ୍ରମିତ କରିବା ସହିତ ସରିଫ ଭ୍ରଷ୍ଟାଚାର କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ପଦରୁ ନିଲମ୍ବତି ହୋଇସାରିଥିଲେ।