ଔରଙ୍ଗାବାଦରେ ନକ୍ସଲ ଆକ୍ରମଣ: ୧୦ ଯବାନ ସହିଦ୍

ଔରଙ୍ଗାବାଦ: ବିହାରର ଔରଙ୍ଗାବାଦରେ ଗତକାଲି ନକ୍ସଲଙ୍କ ସହ ଗୁଳିବିନିମୟ ବେଳେ ଆଇଇଡି ବିସ୍ଫୋରଣରେ ୧୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ୍‌ ହୋଇଥିବା ଳେଳ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯବାନ କୋବ୍ରା ବାଟାଲିୟନର ଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି।

ଗତକାଲି  ଔରାଙ୍ଗବାଦର ସୋନଦାହାରେ କୋବ୍ରା ବାଟାଲିୟନ ଯବାନ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଆଜି ସିଆରପିଏଫ୍ ଆଇଜି  ଓ ଡିଆଇଜି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ସମ୍ପର୍କରେ ସିଆରପିଏଫ୍ ଡିଜି ଦୁର୍ଗା ପ୍ରସାଦ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଫୋନ୍‌  ଦ୍ୱାରା ସୂଚନା ଦେବା ପରେ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କ ସହ ଆଲୋଚନା କରିଛନ୍ତି।