ପୋଲିସ ଗୁଳିରେ ମାଓ କମାଣ୍ଡର ମୃତ

ମାଲକାନଗିରି: ଛତିଶଗଡ଼ର ସୁକମାରେ ପୋଲିସକୁ ପୁଣିଥରେ ମିଳିଛି ବଡ଼ ସଫଳତା। ଏଠାରେ ପୋଲିସ ଓ ନକ୍ସଲ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ନକ୍ସଲ ଆକ୍ସନ ଟିମ୍ କମାଣ୍ଡର ଜଗୁ ପ୍ରାଣ ହରାଇଛନ୍ତି। ଗତକାଲି ସନ୍ଧ୍ୟାରେ ଛତିଶଗଡ଼ର ଗନ୍ଧାରପାରାରେ ଏହି ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ପୋଲିସ ବିସ୍ଫୋରକ ସାମଗ୍ରୀ ସହିତ ବନ୍ଧୁକ ଜବତ କରିଛି।

କୁଖ୍ୟାତ ନକ୍ସଲ କମାଣ୍ଡର ଜଗୁ ନାଁରେ ଅନେକ ଆପରାଧିକ ମାମଲା ରହିଛି। ସ୍ଥାନୀୟ ସରପଞ୍ଚଙ୍କ ହତ୍ୟା ମାମଲା ସହ ୧୨ରୁ ଅଧିକ ମାମଲା ଜଗୁ ନାଁରେ ରହିଥିବା ପୋଲିସ ସୂଚନା ଦେଇଛି।