ପୋଲିସ୍‌ର ମନ ଜିଣିଲା ନକ୍ସଲ କମାଣ୍ଡରଙ୍କ ଝିଅର ସାହସ; ପ୍ରବନ୍ଧ ପ୍ରତିଯୋଗିତାରେ ପାଇଲେ ଦ୍ୱିତୀୟ ପୁରସ୍କାର… ପଢ଼ନ୍ତୁ କ’ଣ ଲେଖିଥିଲେ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ପୋଲିସ୍ ମହୁଦଣ୍ଡ ସ୍କୁଲ୍‌ରେ ନକ୍ସଲବାଦ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିଥିଲେ। ପ୍ରତିଯୋଗିତାରେ ପ୍ରାୟ ୧୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ନକ୍ସଲ କମାଣ୍ଡର ଅଜୟ ଯାଦବର ଝିଅ ନେହା କୁମାରୀ। ସେ ସପ୍ତମ ଶ୍ରେଣୀର ଛାତ୍ରୀ। ନିକଟରେ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏକ ସଂଘର୍ଷରେ ତାଙ୍କର ମୃତ୍ୟୁ ହୋଇଥିଲା। ନେହାଙ୍କ ପରିବାରର ଅଧିକାଂଶ ସଦସ୍ୟ ନକ୍ସଲବାଦ ସହିତ ଜଡ଼ିତ। କିନ୍ତୁ ନକ୍ସଲବାଦ ଉପରେ ସେ ଯେଉଁ ପ୍ରବନ୍ଧ ଲେଖିଥିଲେ ତାହା ସମସ୍ତଙ୍କ ମନକୁ ଛୁଇଁ ଥିଲା ଓ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ।

ନେହା ତାଙ୍କ ପ୍ରବନ୍ଧରେ ଲେଖିଥିଲେ- ନକ୍ସଲମାନେ ଭଲ ଲୋକ ନୁହଁନ୍ତି। ସେମାନେ ଗରିବ ଲୋକଙ୍କୁ ମାରପିଟ କରନ୍ତି। ସେମାନେ ଲୋକଙ୍କୁ ଧମକଚମକ ଦେଇ ଅର୍ଥ ସଂଗ୍ରହ କରନ୍ତି। ସେମାନେ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଦିଅନ୍ତି। ଗାଁରେ ରାସ୍ତା ହେବାକୁ ଦେଉ ନାହାନ୍ତି।

ଯେଉଁ ସ୍କୁଲ୍‌ରେ ନେହା ପଢୁଛନ୍ତି ସେହି ସ୍କୁଲ୍‌କୁ ୨୦୦୯ ମସିହାରେ ତାଙ୍କ ବାପା ଅଜୟ ଯାଦବ ବୋମା ଲଗାଇ ଉଡ଼ାଇ ଦେଇଥିଲେ। ଅଜୟ ନିଜେ ଉକ୍ତ ସ୍କୁଲ୍‌ର ଛାତ୍ର ଥିଲେ।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌