‘ଏନସିସି କ୍ୟାଡେଟ୍‌ ଦେଖିଲେ ଯୁବ ଶକ୍ତି ଉପରେ ଗର୍ବ ହୋଇଥାଏ’

ନୂଆଦିଲ୍ଲୀ:  ଏନସିସି କ୍ୟାଡେଟ୍‌ଙ୍କୁ ଦେଖିଲେ  ଯୁବ ଶକ୍ତି ଉପରେ  ଗର୍ବ ହୋଇଥାଏ।   ଆଜି ଦିଲ୍ଲୀର ଏନସିସି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି।

ସେ କହିଛନ୍ତି, “ଏନସିସି କ୍ୟାଡେଟ୍‌ ପରିବାର ଓ ସମାଜକୁ ବଦଳାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।  କିନ୍ତୁ ମୁଁ  ଦକ୍ଷ ନ ଥିବାରୁ ବି ଏନସିସି କ୍ୟାଡେଟ୍‌ରେ ଭାଗ ନେଇପାରିନାହିଁ।”

ମୋଦି ଆହୁରି କହିଛନ୍ତି,“ରାଜା, ଶାସକ  ଓ ସରକାର କେବେ ରାଷ୍ଟ୍ର ନିର୍ମାଣ କରି ନ ଥାନ୍ତି। କିନ୍ତୁ ଦେଶର ନାଗରିକ,ଯୁବକ,କୃଷକ, ବୈଜ୍ଞାନିକ,ଶ୍ରମିକ ଓ ସାଧୁ ରାଷ୍ଟ୍ର ନିର୍ମାଣ କରିଥାନ୍ତି।”