NCERTର ନୂଆ ଗାଇଡ୍‌ ଲାଇନ୍‌: ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଅନୁସାରେ ଦିଆଯିବ ବିଭାଗ ଚୟନର ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏନ୍‌ସିଇଆର୍‌ଟି ଚଳିତ ବର୍ଷ ଠାରୁ ଏକ ନୂତନ ଧରଣର ପରୀକ୍ଷା ନୀତି ଅବଲମ୍ବନ କରିବାକୁ ଯାଉଛି। ଯେଉଁଥିରେ ବିଭିନ୍ନ ବିଷୟରେ ପାରିଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ସହଜରେ ଚୟନ କରାଯିବ। ଏହାସହ ଛାତ୍ରଛାତ୍ରୀମାନେ ଉପର କ୍ଲାସ୍‌କୁ ଯିବାବେଳେ ତାଙ୍କ ନିଜ ଇଚ୍ଛାଅନୁସାରେ ସେମାନଙ୍କର ବିଭାଗ ଚୟନ କରିପାରିବାର ସୁଯୋଗ ଦିଆଯିବ। ଏନେଇ ଏନ୍‌ସିଇଆର୍‌ଟି ଏକ ଗାଇଡ୍‌ ଲାଇନ୍ ପ୍ରସ୍ତୁତ କିରଛି। ଯାହା କ୍ଲାସ୍‌ ୯ ଠାରୁ ଲାଗୁହେବ। ସମସ୍ତ ଆଞ୍ଚଳିକ ଶିକ୍ଷାନୁଷ୍ଠାନ ସହ କେନ୍ଦ୍ରିୟ ବିଦ୍ୟାଳୟରେ ଏହା ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ।

ଏହା କେବଳ ଏକ ପରୀକ୍ଷା ହେବାନାହିଁ ଏଥିରେ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ମଧ୍ୟ ଜଣାପଡିବ। ଛାତ୍ରଛାତ୍ରୀମାନେ କିଛି ବିଷୟରେ ପାରିଦର୍ଶିତା ଲାଭ କରିଥାବା ବେଳେ କିଛି ବିଷୟରେ ଦୁର୍ବଳ ରହିଥାନ୍ତି, ଫଳରେ ଏହି ପରୀକ୍ଷା ଦ୍ୱାରା ଏହି ପରୀକ୍ଷାର୍ଥୀଙ୍କୁ ସହଜରେ ତାଙ୍କ ଦକ୍ଷତା ଅନୁସାରେ ଚୟନ କରାଯାଇହେବ।