ଆଇସିୟୁରେ ଏନଡି ତିୱାରୀ, ଡାକ୍ତର କହିଲେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରହିଛି ବିପଦ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଡି ତିୱାରୀଙ୍କ ଅବସ୍ଥା ଗୁରୁତର । ତାଙ୍କୁ ମ୍ୟାକ୍ସ ସୁପର ସ୍ପେଶାଲିଟି ହସପିଟାଲର  ଆଇସିୟୁରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ରକ୍ତଚାପର ମାତ୍ରା ଅତି ନମ୍ନସ୍ତରକୁ ଖସିଯାଇଛି। ଆଗାମୀ ୪୮ରୁ ୭୨ ଘଣ୍ଟା ମଧ୍ୟରେ ତାଙ୍କ ସ୍ୱାସ୍ଥାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଓ ଜୀବନ ପ୍ରତି ବିପଦ  ଥିବା ଡାକ୍ତର କରିଛନ୍ତି। ୯୨ ବର୍ଷୀୟ ତିୱାରୀ ମସ୍ତିଷ୍କଘାତ ଓ ପକ୍ଷାଘାତରେ ଆକ୍ରାନ୍ତ ହେବାପରେ ତାଙ୍କୁ ସେପ୍ଟେମ୍ବର ୨୦ରେ ଏହି  ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଦିନ ୧୨ଟା ଠାରୁ ଜ୍ୱର ଓ ନିମୋନିଆରେ ତାଙ୍କ ସ୍ୱାସ୍ଥ୍ୟବସ୍ଥ ଗୁରୁତର ହେବା ସହ ରକ୍ତଚାପରେ ଅନିୟମିତତା ତାଙ୍କ ପାଇଁ ଆହୁରି ସମସ୍ୟା ବଢାଇ ଦେଇଛି। ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।