ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ କେରଳ ଗଲା NDRF ଟିମ୍, ଦେଖନ୍ତୁ କିଛି ଦୃଶ୍ୟ

ଭୟଙ୍କର ବନ୍ୟାରେ ଉବୁଟୁବୁ ହେଉଛି ଦକ୍ଷିଣ ଭାରତୀୟ ରାଜ୍ୟ କେରଳ। କୁହାଯାଉଛି ଶହେବର୍ଷ ପରେ କେରଳବାସୀ ଏତେବଡ଼ ବନ୍ୟାର ଶିକାର ହୋଇଛନ୍ତି। ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁ ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏ ଯାଏ ୩୩୮ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଏଭଳି ସମୟରେ ସବୁଆଡୁ ବଢ଼ି ଆସିଛି ସହାୟତାର ହାତ। NDRF ଟିମ୍ ମଧ୍ୟ ଯାଇଛି କେରଳ। ବିମାନବନ୍ଦରରେ ଟିମ୍ କେରଳ ଯିବାବେଳର କିଛି ଦୃଶ୍ୟ ଦେଖନ୍ତୁ।

କେରଳରେ ଅଗଷ୍ଟ ୯ ତାରିଖରୁ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷାରେ ୧୮୭ ଜଣଙ୍କ ଜୀବନ ଯାଇଛି। ଆଜି କେବଳ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।


ବନ୍ୟା ଯୋଗୁ ଏର୍ଣ୍ଣାକୁଲମ ଏବଂ ତ୍ରିସୁର୍ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଏହା ବ୍ୟତୀତ ଆଲାପୁଜା ଓ ପଠନମଥିଟ୍ଟାରେ ସମସ୍ତ ରାଜପଥ ଜଳମଗ୍ନ ହୋଇଛି। ମୋଟାମୋଟି ଭାବେ ରାଜ୍ୟର ୧୪ଟି ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଛି।

ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ କେବଳ ଆକାଶ ମାର୍ଗରେ ଉଦ୍ଧାର କରିବା ସମ୍ଭବପର ହେଉଛି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ଲକ୍ଷ ଲୋକଙ୍କୁ ୨ ହଜାର ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି।

ରାଜ୍ୟର ପାଖାପାଖି ୧୦୦ଟି ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି। ରାସ୍ତାରେ ପାଣି ଜମି ଥିବା ବେଳେ କିଛି ସ୍ଥାନରେ ଜାତୀୟ ରାଜପଥ ବର୍ଷାରେ ଧୋଇ ଯାଇଛି। ଏବେ ବି ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।