ମୁମ୍ବାଇ: ମଧ୍ୟାହ୍ନ ଭୋଜନ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ମୁମ୍ବାଇ: ମୁମ୍ବାଇର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଗୁରୁବାର ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ବି ଗୁରୁତର ରହିଛି। ମହାରାଷ୍ଟ୍ରର ପଲଘାର ଜିଲ୍ଲା ଡେପୁଟି ପୋଲିସ ଚିଫ୍ ଶ୍ରୀକ୍ରିଷ୍ଣା କୋକାଟେ କହିଛନ୍ତି,“ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇ ପଡିଥିବା ୯୭ଜଣ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବହୁ ଛାତ୍ରଛାତ୍ରୀ ଅବସ୍ଥା ଗୁରୁତର ରହିଛି। ଏକ ଟିମ୍ ସ୍କୁଲକୁ ଯାଇ ଯାଞ୍ଚ କରିବା ସହ ଖାଦ୍ୟ ନମୂନା ସଂଗ୍ରହ କରିଛି। ଯାଞ୍ଚ ପରେ ଖାଦ୍ୟରେ ବିଷକ୍ରିୟା ହୋଇଛି କି  ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହେବ।”