ନେପାଳ: ବସ୍ ଦୁର୍ଘଟଣାରେ ୬ ମୃତ,୧୬ ଆହତ

କାଠମାଣ୍ଡୁ: ନେପାଳର ଦକ୍ଷିଣାଞ୍ଚଳରେ ଥିବା ରୂପନଦେହୀ ଜିଲ୍ଲାରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୬ଜଣ ଆହତ ହୋଇଛନ୍ତି। ରବିବାର ମଧ୍ୟାହ୍ନରେ ଏକ ପାହାଡିଆ ରାସ୍ତାରେ ବସଟି ନେପାଳଗଞ୍ଜରୁ ଯାଉଥିବା ବେଳେ ନାୟାରାୟଣଘାଟରେ ଅନ୍ୟ ଏକ ବସକୁ ଅତିକ୍ରମ କରିବା ସମୟରେ ଭାରସାମ୍ୟ ହରାଇ ଜଙ୍ଗଲକୁ ଖସିପଡି ଥିଲା। ଘଟଣାସ୍ଥଳରେ ୪ ଜଣ ଓ ଡାକ୍ତରଖାନାକୁ ୨ ଜଣଙ୍କୁ ନେବା ବେଳେ ମୃତ୍ୟୁ ଘଟିଛି।

ଏବେବି ୧୬ ଜଣଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ନିକଟସ୍ଥ ଭରତପୁର ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି।