ଭାରତରେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ନେପାଳ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିଥିଲେ। ଭାରତ  ଓ ନେପାଳ ମଧ୍ୟରେ କିଛି ଦିନ ହେଲା ସଂପର୍କ ଟିକେ ଖରାପ ହୋଇଛି।  ବିଶେଷ କରି ମଧେସି ଆନ୍ଦୋଳନ ଓ ନେପାଳରେ ବାମପନ୍ଥୀ ସରକାର ଆସିବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି।  ତେବେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କକୁ ପୁଣି ଥରେ ମଜଭୁତ କରିବ ବୋଲି ଆଶା କରାଯାଉଛି।  ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ କୂଟନୀତି କ୍ଷେତ୍ରରେ ଦୁଇ ଦେଶ ପରସ୍ପରକୁ କେମିତି ସାହାଯ୍ୟ କରିପାରିବେ, ତା’ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଓଲି କହିଛନ୍ତି ।  କିଛି ଦିନ ହେବ ଚୀନ ଆଡ଼କୁ ନେପାଳ ଢଳୁଥିବାରୁ ଭାରତ ପାଇଁ ଚିନ୍ତାର ବିଷୟ ହୋଇଥିଲା।