ନେପାଳ ଭୂକମ୍ପ ପୀଡିତଙ୍କୁ ବିଗ୍ ବି ଦେଲେ ୧୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ନେପାଳ ଭୂକମ୍ପ ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଫାଣ୍ଡିକୁ୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଅମିତାଭ ବଚ୍ଚନକୁ ଧନ୍ୟବାଦ ଦେଇଛନ୍ତି। ରିଲିଫ୍ ଓ ଭୂକମ୍ପ ପୀଡିତଙ୍କୁ ସହାୟତା କରିବାରେ  ଭାରତ ପ୍ରଶଂସା ପାଇଛି । ଏପ୍ରିଲ ୨୫ ତାରିଖରେ ନେପାଳରେ ହୋଇଥିବା ଭୟାବହ ଭୂକମ୍ପରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।