ନେପାଳ ପୋଲିସ୍ ଦ୍ୱାରା ଗିରଫ ୧୩ ଯବାନ ମୁକ୍ତ

ନୂଆଦିଲ୍ଲୀ: ନେପାଳ ପୋଲିସ ଦ୍ୱାରା ଗିରଫ ହୋଇଥିବା ଏସଏସବିର୧୩ ଜଣ ଯବାନ ମୁକ୍ତି ପାଇଛନ୍ତି। ସେମାନଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଡକାୟତଙ୍କୁ ପିଛି କରି ପ୍ରଥମେ ଦୁଇ ଜଣ ଯବାନ ନେପାଳ ସୀମାରେ ପ୍ରବେଶ କରିଥିଲେ। ସେମାନଙ୍କୁ ମୁକ୍ତ କରିବାକୁ ଯାଇ ନେପାଳସୀମାକୁ ପଶିଥିବା ଆଉ ୧୧ଜଣ ଯବାନ ମଧ୍ୟ ଗିରଫ ହୋଇଥିଲେ। ଏହାପରେ ଭାରତର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ନେପାଳ ଦୂତାବାସ ସହ ଯୋଗାଯୋଗ କରାଯାଇଥିଲା। ଏହାପରେ ଆଜି ଅପରାହ୍ନରେ ଗିରଫ ଯବାନମାନଙ୍କୁ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସକୁ ହସାନ୍ତର କରାଯାଇଥିଲା। ନେପାଳର ବିଭିନ୍ନ ଗଣମାଧ୍ୟମରେ ଏ ଖବର ଛାଇ ଯାଇଛି। ସେଠାକାର ଗଣମାଧ୍ୟମ ଗୁଡ଼ିକ ଲେଖିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଧରି ଏସଏସବି ଯବାନମାନେ ନେପାଳସୀମାକୁ ପଶି ଆସିଥିବା ଯୋଗୁଁ ସେମାନଙ୍କୁ ଗିରଫ କରାଯାଇଥିଲା।