ବିପଦଜନକ ଜୀବନ: ତାରରେ ଝୁଲି ଝୁଲି ପାର ହେଉଛନ୍ତି ନଦୀ

ଦିନକୁ ଦିନ ବିକାଶ ଆଡ଼କୁ ଆଗେଇ ଚାଲିଛି ମଣିଷ । ପୃଥିବୀର ଯେକୌଣସି ଅଂଚଳରେ ଥିଲେ ବି ସବୁ ମଣିଷ ପାଇଁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ସ୍ଥାନୀୟ ସରକାରର ଦାୟିତ୍ୱ, କିନ୍ତୁ ଏହା ସମ୍ଭବ ହେଉନି।  ପୃଥିବୀର ଏମିତି ଅନେକ ଦେଶ ଅଛି ଯେଉଁଠି ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବାକୁ ରାସ୍ତାଟିଏ ନାହିଁ। ଆଜି ପଢ଼ନ୍ତୁ ଭାରତର ପଡ଼ୋଶୀ ଦେଶ ନେପାଳର ଗୋଟିଏ ଅଂଚଳର ଦୟନୀୟ ଅବସ୍ଥା ସଂପର୍କରେ

nepal 1ନେପାଳର ବେନିଘାଟ ଅଂଚଳ। ଜାଗାଟି ପାହାଡ ପର୍ବତ ଘେରା ଏକ ଅନୁନ୍ନତ ଅଂଚଳ । ଲୋକମାନେ ଏବେବି ବିକାଶର ଚିହ୍ନ ବି ଦେଖି ନାହାଁନ୍ତି । ଏହାର ଏକ ମୁଖ୍ୟ କାରଣ ହେଲା, ଯୋଗାଯୋଗର ଅଭାବ (ଫଟୋ ଦେଖନ୍ତୁ) ଏ ଅଂଚଳରେ ଅଛି ନଦୀଟିଏ। ନଦୀ ଉପରେ ପୋଲ ନ ଥିବାରୁ ଲୋକମାନେ ଅତି ବିପଦଜନକ ଅବସ୍ଥାରେ ଏହାକୁ ପାର୍ ହୁଅନ୍ତି । ନଦୀର ଦୁଇପଟରେ ଥିବା ଗାଁର ଲୋକମାନେ ଦୈନିକ ଯିବା ଆସିବା ପାଇଁ ନଦୀ ଉପରେ ଏକ ମୋଟା ତାର ବାନ୍ଧିଛନ୍ତି। ସେହି ତାରରେ ପୁଲି ଲଗାଇ ପିଲାଠାରୁ ବୁଢା ସମସ୍ତେ ପାର ହୁଅନ୍ତି ଝୁଲିଝୁଲି ।  ପିଲାମାନେ ସ୍କୁଲ କଲେଜ ମଧ୍ୟ ଯାଆନ୍ତି ଏମିତି ବିପଦଜନକ ବାଟରେ, ସ୍ଥିତି ଏମିତି ଯେ, ଘରୁ ବାହାରି ଆସିଥିବା ଲୋକ ଯେ ଆଉଥରେ ଘରକୁ ଫେରିବ ତାର ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ । ତାରରୁ ଖସି ପଡିଲେ ମୃତ୍ୟୁ ଘଟିପାରେ।  ତାରରେ ପୁଲି ଚାଳନା କରିକରି ଲୋକଙ୍କ ହାତ ମଧ୍ୟ ଖାଇ ଯାଉଛି ଓ କଳା ପଡିଯାଉଛି । କିନ୍ତୁ ଏଠି ପୋଲଟିଏ ତିଆରି କରିବାକୁ କାହାର ତତ୍ପରତା ଥିବା ପରି ମନେହେଉ ନାହିଁ।