ନେପାଳରେ ଭୂସ୍ଖଳନ: ୧୬ ମୃତ,୩୦ରୁ ଅଧିକ ନିଖୋଜ

କାଠମାଣ୍ଡୁ: ବର୍ଷା ପରେ ଭୂସ୍ଖଳନ ଘଟି ଗୁରୁବାର ନେପାଳର ଏକ ଗାଁରେ ୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆହୁରି ୩୦ ରୁ ଅଧିକ ନିଖୋଜ ଥିବା କୁହାଯାଉଛି। ନେପାଳର ରାଜଧାନୀ କାଠାମାଣ୍ଡୁ ଠାରୁ ପ୍ରାୟ ୧୫୦ କିଲୋମିଟର  ଦୂର ପଶ୍ଚିମ କାସ୍କି ଜିଲ୍ଲାରେ ଘଟିଛି ଏହି ଘଟଣା। ଏଥିରେ ୧୮ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୁଚନାଯୋଗ୍ୟ, ଗତ ଏପ୍ରିଲରେ ୨୫ ତାରିଖରେ ନେପାଳରେ ହୋଇଥିବା ବଡ ଧରଣର ଭୂକଂପରେ ୮,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।