ନେପାଳରେ ଉଦ୍ଧାର କାର୍ଯ୍ୟ ବନ୍ଦ

କାଠମାଣ୍ଡୁ: ଭୟାବହ ଭୂକଂପର ୮ ଦିନ ପରେ ସୋମବାର ନେପାଳ ସରକାର ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି। ଆଉ କେହି ଜୀବିତ ନଥିବେ କହି ସରକାର ଉଦ୍ଧାର କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି। ଏହା ସହିତ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୩୪ ଦେଶକୁ ମଧ୍ୟ ଏଥିରୁ ନିବୃତ୍ତ ରହିବାକୁ ନେପାଳ ସରକାର ଆଜି ଅନୁରୋଧ କରିଥିଲେ। ଏବେ ପୁନଃଥଇଥାନ ଓ ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ନେପାଳ ସରକାର କହିଛନ୍ତି। ଆଉ ଏଥିପାଇଁ ଭାରତର ସହଯୋଗ ଲୋଡ଼ିଛନ୍ତି। ଧ୍ୱଂସାବେଶଷଗୁଡ଼ିକୁ ସଫା କରିବା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବାକୁ ଓ ପୁନଃଥଇଥାନରେ ସହଯୋଗ କରିବାକୁ ଭାରତ ସରକାରଙ୍କୁୁ ଅନୁରୋଧ କରିଛନ୍ତି ନେପାଳ ସରକାର।

ଏ ସଂପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ବିକାଶ ସ୍ୱରୂପ କହିଛନ୍ତି ଯେ ନେପାଳ ସରକାରଙ୍କ ବରାଦ ମୁତାବକ ଖୁବଶୀଘ୍ର ଭାରତ ସରକାର ସେଠାକୁ ଧ୍ୱଂସାବଶେଷ ସଫା କରିବାକୁ ଆବଶ୍ୟକ ଯନ୍ତ୍ରପାତି ପଠାଇବେ।