ଗିରଫ ହେଲା ଡନ୍ ଦାଉଦ ଇବ୍ରାହିମର ପୁତୁରା

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ୍‌ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ତଥା ମୋଷ୍ଟ ୱାଣ୍ଟେଡ୍‌ ଦାଉଦ୍‌ ଇବ୍ରାହିମର ପୁତୁରା ରିଜୱାନ କାସକରକୁ ମୁମ୍ବାଇ ପୁଲିସ୍‌ ଗିରଫ କରିଛି।

ସେ ବୁଧବାର ରାତିରେ ଭାରତରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ତାକୁ ଧରିବାରେ ସକ୍ଷମ ହୋଇଥିଲା। ତା’ ନାଁରେ ଧମକ ଦେଇ ଦାଦା ବଟି ମାଗିବା ଭଳି ସାଂଘାତିକ ଅଭିଯୋଗ ରହିଛି।

ଏହାପୂର୍ବରୁ ପୁଲିସ୍‌ ଦାଉଦ୍‌ର ଭାଇ ତଥା ରିଜୱାନର ବାପା ଇକବାଲ କାସକରକୁ ଗିରଫ କରିଥିଲା। ବର୍ତ୍ତମାନ ସେ ଥାଣେ ଜେଲରେ ରହିଛି।

ଦୁଇ ଦିନ ପୂର୍ବରୁ ଦାଉଦ୍‌ ଗ୍ୟାଙ୍ଗର ସଦସ୍ୟ ଫହିମର ଘନିଷ୍ଠ ସହଯୋଗୀ ଅହମ୍ମଦ ରାଜକୁ ମୁମ୍ବାଇ ପୁଲିସ୍‌ର ଆଣ୍ଟି ଏକ୍ସଟର୍ସନ ସ୍କ୍ୱାଡ୍‌ ଗିରଫ କରିଥିଲା।

ତାକୁ ଜେରା କରିବା ବେଳେ ସେ ରିଜୱାନର ନାଁ କହିଥିଲା। ଏହି ତଥ୍ୟ ଆଧାରରେ ପୁଲିସ୍‌ ରିଜୱାନକୁ ଗିରଫ କରିଛି। ଏବେ ପୁଲିସ୍‌ ତାକୁ ଜେରା ଆରମ୍ଭ କରିଛି।