‘ନୂଆ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ନେଇ ସରକାରଙ୍କ କୌଣସି ଯୋଜନା ନାହିଁ’

ନୂଆଦିଲ୍ଲୀ: ନୂଆ ୧୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ନେଇ ଏବେ ସରକାରଙ୍କ କୌଣସି ଯୋଜନା ନାହିଁ। ଟ୍ୱିଟ୍‌ କରି ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥନୈତିକ  ବ୍ୟାପାର ସମ୍ପର୍କିତ ସଚିବ ଶକ୍ତିକାନ୍ତ ଦାଶ। ନୂଆ ୧୦୦୦ ଟଙ୍କିଆ ନୋଟ୍‌ ବଜାରରେ ଉବଲବ୍ଧ ପାଇଁ ଏବେ ମୁଦ୍ରଣ ଚାଲିଥିବା ନେଇ ହେଉଥିବା ପ୍ରଚାର ଗୁଜବ ବୋଲି ସେ କହିଛନ୍ତି। ଏହାସହ ଆବଶ୍ୟକଠାରୁ ଅଧିକ ନୋଟ୍‌ ଏଟିଏମ୍‌ରୁ ବାହାର ନ କରିବାକୁ ଶକ୍ତିକାନ୍ତ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ଗତବର୍ଷ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିବା ପରଠାରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବ୍ୟାନ୍‌ କରାଯାଇଥିଲା। ଏହାପରେ ୮୬ ପ୍ରତିଶତ ଅଚଳ ନୋଟ୍‌ ବ୍ୟାଙ୍କକୁ ଆସିଛି। ଏହାଦ୍ୱାରା କଳାଧନ ବିରୋଧରେ ଲଢେଇ ସହ ଜାଲନୋଟ୍‌ କାରବାର ଓ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହରେ ରୋକ୍‌ ଲାଗିଥିବା ଶକ୍ତିକାନ୍ତ କହିଛନ୍ତି।