ନୂଆ ବେସାମରିକ ବିମାନ ଚଳାଚଳ ନୀତିକୁ କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ନୂଆ ବେସାମରିକ ବିମାନ ଚଳାଚଳ ନୀତିକୁ ମିଳିଛି ଅନୁମୋଦନ। ନୂଆ ନୀତି  ଅନୁଯାୟୀ ଏଣିକି ଯାତ୍ରୀମାନଙ୍କୁ ୧ଘଣ୍ଟା ଯାତ୍ରା ପାଇଁ ୨୫୦୦ ଟଙ୍କା ଦେବାକୁ ପଡ଼ିବ। ୩୦ ମିନିଟ୍‌ ଯାତ୍ରା ପାଇଁ ୧୩୦୦ ଟଙ୍କା ଦେବାକୁ ହେବ।

ସେହିପରି ଟିକେଟ୍  କ୍ୟାନସେଲ୍ କଲେ ଯାତ୍ରୀମାନେ ୧୫ ଦିନ ମଧ୍ୟରେ ପଇସା ଫେରସ୍ତ ପାଇବେ।