ଆମେରିକାକୁ ଉତ୍ତରକୋରିଆର ପରମାଣୁ ଧମକ : କେତେବେଳେ କେଉଁଠି ବି କରିପାରେ ପରୀକ୍ଷା

ନୂଆଦିଲ୍ଲୀ: ଉତ୍ତରକୋରିଆର ପରମାଣୁ ଧମକ୍‌। କେତେବେଳେ କେଉଁଠି ବି ପରମାଣୁ  ପରୀକ୍ଷା କରିପାରେ ବୋଲି ଏହି ଦେଶ ଧମକ ଦେଇଛି।  ଉତ୍ତରକୋରିଆରେ ଗତ ସପ୍ତାହେ ଧରି ଅସ୍ଥିରତା ଚରମ ସୀମାରେ ପହଞ୍ଚି ଥିବା ବେଳେ ଏହାର ଜବାବ ଦେବାକୁ ଯାଇ ଏହି ଦେଶ ପରମାଣୁ ଧମକ ଦେଇଛି।  ଉତ୍ତରକୋରିଆର ରାଷ୍ଟ୍ରପତି କିମ୍‌-ଜଙ୍ଗ-ଓନ୍‌ ଏ ବିଷୟରେ ମୁହଁ ଖୋଲିଛନ୍ତି।  ଅପରପକ୍ଷରେ ଉତ୍ତରକୋରିଆର ଏହି ଧମକ୍‌କୁ ଆମେରିକା  ଖାତିର କରି ନାହିଁ । ଆମେରିକା ଏବେ ବି ପୂର୍ବଭଳି ଉତ୍ତରକୋରିଆ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରଖିଛି।  ସେପଟଟେ ଯାହା  କିଛି ଘଟିଲେ ଆମେରିକାକୁ ଜବାବ ଦେବାକୁ  ଉତ୍ତରକୋରିଆ ପ୍ରସ୍ତୁତ ବୋଲି ଚେତାଇ ଦେଇଛି।

ଗତ ୧୧ବର୍ଷ ମଧ୍ୟରେ ୫ ଥର ପରମାଣୁ  ପରୀକ୍ଷା କରି ନିଜକୁ ଶକ୍ତିଶାଳୀ ଦେଶ ଭାବେ ପ୍ରମାଣିତ କରି ସାରିଛି ଉତ୍ତର କୋରିଆ।  ଉତ୍ତର କୋରିଆର ବାରମ୍ବାର ପରମାଣୁ  ପରୀକ୍ଷା ଆମେରିକା ପାଇଁ ଚ୍ୟାଲେଞ୍ଜ ହୋଇଛି। ସୂଚନା ଯୋଗ୍ୟ ଯେ, ଉତ୍ତରକୋରିଆ ଉପଦୀପ ତଥା ଜାପାନ ସମୁଦ୍ର ଉପରେ ଆମେରିକା ଏବଂ ସିଉଲ ମିଳିତ ଭାବେ ଏକଚାଟିଆ କାରବାର ଜାରି ରଖିଛନ୍ତି।  ଏଥିପାଇଁ ଆମେରିକା ଓ ସିଉଲ୍‌ ଉଭୟ ମିଶି କ୍ରମାଗତ ଭାବେ ଉତ୍ତରକୋରିଆ ସେନା ଉପରେ ଆକ୍ରମଣ ଜାରି ରଖିଛନ୍ତି।  ଏହାର ଜବାବରେ ଉତ୍ତରକୋରିଆ ପରମାଣୁ ବୋମା ଧମକ୍‌ ଦେଇଛି।