ଭାରତରେ ଲଞ୍ଚ ହେଲା ଡୁକାଟିର ପାୱାରଫୁଲ ବାଇକ୍: ଦାମ୍‌ ୧୮ ଲକ୍ଷ

ନୂଆଦିଲ୍ଲୀ: ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର। ଡୁକାଟି କମ୍ପାନୀ ଭାରତରେ ନିଜର ନୂଆ Multistrada-1260 ଓ ଏହାର ପ୍ରିମିୟମ ଭ୍ୟାରିଆଣ୍ଟ-1260-S ବାଇକ ଭାରତରେ ଲଞ୍ଚ କରିସାରିଛି। କମ୍ପାନୀର, ଷ୍ଟାଣ୍ଡାର୍ଡ ମଡେଲର ଦାମ୍‌ ୧୫.୯୯ ଲକ୍ଷ ଟଙ୍କା ରହିଥିବା ବେଳେ ଏହାର ପ୍ରିମିୟମ ଭ୍ୟାରିଆଣ୍ଟ ପାଇଁ ଗ୍ରାହକଙ୍କୁ ୧୮.୦୬ ଲକ୍ଷ ଟଙ୍କା ଦେବାକୁ ହେବ।

ଆନ୍ତର୍ଜାତିକ ବଜାରରେ Ducati Multistrada 1260ର ୪ଟି ମଡେଲ ଉପଲବ୍ଧ। ଷ୍ଟାଣ୍ଡାର୍ଡ ମଡେଲ ବ୍ୟତୀତ Multistrada-1260-S, Multistrada-1260-D-Air ଓ Multistrada 1260 Pikes Peak ଏହି ୪ଟି ମଡେଲ ଅନ୍ତରାଷ୍ଟ୍ରୀୟ ବଜାରରେ ଉପଲବ୍ଧ। ହେଲେ ଭାରତରେ କେବଳ Multistrada-1260 ଓ ଏହାର ପ୍ରିମିୟମ ଭ୍ୟାରିଆଣ୍ଟ-1260-S ଉପଲବ୍ଧ।

ଏହି Multistrada 1260 କମ୍ପାନୀର Multistrada ଲାଇନଅପ୍‌ ସବୁଠୁ ପାୱାରଫୁଲ୍‌ ବାଇକ୍‌। ଏଥିରେ ୧୨୬୨cc, L-ଟ୍ୱିନ୍, ଟେଷ୍ଟାଷ୍ଟ୍ରେଟା ଇଞ୍ଜିନ୍ ଦିଆଯାଇଛି। ଏହି ଇଞ୍ଜିନକୁ ୬- ସ୍ପିଡ୍ ଟ୍ରାନ୍ସମିଶନ ସହ ଯୋଡ଼ା ଯାଇଛି। ଏହା ପାୱାରଫୁଲ୍‌ ଇଞ୍ଜେକ୍ଟେଡ୍ ଇଞ୍ଜିନ୍ ୧୫୮ bhpର ପାୱାର ଓ ୧୩୦Nmର ପିକ୍‌ ଟର୍କ ଜେନେରେଟ କରିଥାଏ।

ଏହି ମୋଟର ସାଇକେଲ୍‌ରେ ମଲ୍‌ଟିପୁଲ ଡ୍ରାଇଭିଂ ମୋଡ ଦିଆଯାଇଛି। ଇଲେକ୍ଟ୍ରୋନିକ୍‌ସ ପ୍ୟାକେଜର କଥା କହିଲେ ଏଥିରେ ହ୍ୱିଲ କଣ୍ଟ୍ରୋଲ, କ୍ରୁଜ କଣ୍ଟ୍ରୋଲ୍, ABS ସ୍କାଇହୁକ୍‌ ସସ୍ପେଁଶନ୍‌ ପରି ଫିଚର ଦିଆଯାଇଛି। ଏହା ବ୍ୟତୀତ ଏହି ନୂଆ ବାଇକରେ କଲର୍ଡ TFT ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଓ ଏକ ଡୁକାଟି ମଲ୍ଟିମିଡିଆ ସିଷ୍ଟମ ଦିଆଯାଇଛି।

ବଜାରରେ ଏହି ବାଇକର Triumph Tiger 1200 ଓ BMW R 1200 GS ସହ କଡ଼ା ମୁକାବିଲା ରହିବ।