ସିଦ୍ଧାର୍ଥଙ୍କ ସିଦ୍ଧାନ୍ତ: ବଳାତ୍କାର ରୋକିବ ଜୋତା, କେମିତି…? ପଢ଼ନ୍ତୁ

ନୂଆଦିଲ୍ଲୀ: ଆମ ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ବଳାତ୍କାର ପରି ଘଟଣା। ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ୨୦୧୫ ରିପୋର୍ଟ ଅନୁସାରେ ଦେଶରେ ୩୪, ୬୫୧ ବଳାତ୍କାର ମାମଲା ରୁଜୁ ହୋଇଛି। ଭାରତରେ ଏପରି କିଛି ବଳାତ୍କାର ମାମଲା ରହିଛି ଶୁଣିଲା  ମାତ୍ରେ ଲୋମ ଟାଙ୍କୁରି ଉଠେ।

ବଳାତ୍କାର ରୋକିବା ପାଇଁ ହାଇଦ୍ରାବାଦର ଏକ ସ୍କୁଲରେ ପଢୁଥିବା ୧୭ ବର୍ଷର ଛାତ୍ର ସିଦ୍ଧାର୍ଥ ମଣ୍ଡଳା ଅଣ୍ଟା ଭିଡିଛନ୍ତି।  ସିଦ୍ଧାର୍ଥ ଏକ ଫୁଟ୍‌ୱେର୍ ପ୍ରସ୍ତୁତ କରିଛନ୍ତି। ଏହାକୁ ପିନ୍ଧିବା ପରେ ଜଣେ ମହିଳା ନିଜକୁ ସୁରକ୍ଷିତ ରଖି ପାରିବ। ଏହି ଫୁଟ୍‌ୱେର୍‌ ପିନ୍ଧିଥିବା ମହିଳାଙ୍କୁ କୌଣସି ପୁରୁଷ ସ୍ପର୍ଶ କରିବା ମାତ୍ରେ ୦.୧amp ବିଦ୍ୟୁତ୍‌ ଝଟ୍‌କା ଅନୁଭବ କରିଥାଏ। କେବଳ ସେତିକି ନୁହଁ ଏହି ଫୁଟ୍‌ୱେର୍‌ ପୋଲିସ୍  ଓ ମହିଳାଙ୍କ ପରିବାରକୁ ମଧ୍ୟ ସଠିକ୍‌ ସୂଚନା ପ୍ରଦାନ କରିଥାଏ।

ସିଦ୍ଧାର୍ଥ ଏହି ଫୁଟ୍‌ୱେର୍‌କୁ ନାଁ ‘ଇଲେଟ୍ରନିକ୍‌ ଶୁ’ ରଖିଛନ୍ତି। ଏହି ଫୁଟ୍‌ୱେରକୁ ବ୍ୟାଟେରୀ କିମ୍ୱା ବିଜୁଳିରେ ଚାର୍ଜ କରିବାକୁ ପଡ଼ି ନ ଥାଏ।  ମହିଳାମାନେ ଏହି ଫୁଟ୍‌ୱେରକୁ ପିନ୍ଧି ଚାଲିଲା ମାତ୍ରେ ଏହା ଚାର୍ଜ ହୋଇଯାଏ। ଏହା ସାଧାରଣ ଫୁଟ୍‌ୱେର୍‌ ପରି ଦେଖିବାକୁ । କିନ୍ତୁ ଏହା ଭିତରେ ରହିଛି ଅସାଧାରଣ ଚମତ୍କାରିତା।