ମ୍ୟାଲେରିଆ ଜୀବାଣୁ ଚିହ୍ନଟ ପାଇଁ ଆସିଲା ନୂଆ ପଦ୍ଧତି

ମ୍ୟାଲେରିଆ ଜୀବାଣୁ ଚିହ୍ନଟ ପାଇଁ ଲଣ୍ଡନର ଗବେଷକମାନେ ଏକ ଉପାୟ ବାହାର କରିଛନ୍ତି। ଯାହାକୁ କୁହାଯାଉଛି, ଅଟୋମ୍ୟାଟିକ୍ କ୍ୱିକ୍ ବ୍ଲଡ୍ ଟେଷ୍ଟ ସିଷ୍ଟମ। ଗବେଷକଙ୍କ ଦାବି, ଏହି ପଦ୍ଧତିରେ ଶୀଘ୍ର ଓ ସରଳ ଉପାୟରେ ମ୍ୟାଲେରିଆ ଜୀବାଣୁ ଚିହ୍ନଟ କରି ହେବ। ମ୍ୟୁନିଖ୍ ବୈଷୟିକ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଏହି ପଦ୍ଧତି ଜୀବାଣୁକୁ ୯୭% ସଠିକ୍ ଭାବେ ଚିହ୍ନଟ କରିପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଅନୁଯାୟୀ, ୨୦୧୫ରେ ସାରା ବିଶ୍ୱରେ ମ୍ୟାଲରିଆ କାରଣରୁ ୪,୩୦,୦୦୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ଆଜି ପର୍ଯ୍ୟନ୍ତ ଡାକ୍ତରମାନେ ମାଇକ୍ରୋସ୍କୋପ୍ ମାଧ୍ୟମରେ ମ୍ୟାଲେରିଆ ବ୍ୟାକ୍ଟେରିଆର ଚିହ୍ନଟ କରୁଥିଲେ। ଏହି ଉପାୟ ସମୟ ସାପେକ୍ଷ ବା ଅନେକ ସମୟ ନିଏ। କିନ୍ତୁ ନୂଆ ପଦ୍ଧତି ମାଧ୍ୟମରେ ଏହା ଶୀଘ୍ର ହୋଇପାରିବ। ୩୦ଟି ଅଲଗା ଅଲଗା ରକ୍ତନମୁନା ତିନୋଟି କମ୍ବିନେସନ ବ୍ୟବହାର କରି ଅଟୋମେଟିକ୍ ମେଥଡରେ ଟେଷ୍ଟ କରାଯାଇଥିଲା। ସେଇଥିରୁ ହିଁ ଜଣାପଡ଼ିଥିଲା ନୂଆ ପଦ୍ଧତି ବେଶୀ ସୁବିଧାଜନକ।