ଏସ୍‌ବିଆଇ ଆଣିଲା ନୂଆ ନିୟମ: ଗ୍ରାହକଙ୍କୁ କରିପାରେ ନିରାଶ !

ମୁମ୍ବାଇ: ବିଭିନ୍ନ ସ୍କିମ୍‌ରେ ଟଙ୍କା ଜମାକୁ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ କିଛି ପରିବର୍ତ୍ତନ ଅଣାଯାଇଛି । ବ୍ୟାଙ୍କ ପକ୍ଷରୁ ଟର୍ମ ଡିପୋଜିଟ ରେଟ୍‌ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଭିନ୍ନ ଭିନ୍ନ ମ୍ୟାଚୁରିଟି ସ୍କିମ୍‌ ଉପରେ ଏହାର ତଫାତ୍‌ ଆସିବ। ମୁଖ୍ୟତଃ ୧ କୋଟି ଟଙ୍କା ଜମା ଭିତରେ ଦୀର୍ଘ ମିଆଦୀ (ଲଙ୍ଗ) ଏବଂ  ମଧ୍ୟବର୍ତ୍ତୀ (ମିଡିୟମ) ଟର୍ମ ଜମା କ୍ଷେତ୍ରରେ ସୁଧହାରରେ ଆଂଶିକ ଅଦଳବଦଳ କରାଯାଇଛି।

ନୂତନ ନିୟମାବଳୀ ଅନୁଯାୟୀ ୨ରୁ ୩ବର୍ଷ ସମୟ ସୀମା ମଧ୍ୟରେ ୬.୨୫ ପ୍ରତିଶତ ସୁଧହାର ରଖାଯାଇଛି। ଆଗରୁ ଏହି ସ୍କିମରେ ଗ୍ରାହକମାନ ୬.୭୫ ପ୍ରତିଶତ ସୁଧ ପାଉଥିଲେ।  ସମାନ ମ୍ୟାଚୁରିଟି ବ୍ୟବସ୍ଥାରେ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ଟର୍ମ ଡିପୋଜିଟ ଉପରେ ଆଗରୁ ବରିଷ୍ଠ ନାଗରିକମାନେ ୭.୨୫ ପ୍ରତିଶତ ସୁଧ ପାଉଥିଲେ। ଏବେ ଏହାକୁ ୬.୨୫ ପ୍ରତିଶତକୁ ଖସାଇ ଦିଆଯାଇଛି।