ରିଜର୍ଭେସନ କୋଚ୍‌ରେ ଅଧିକ ଲଗେଜ୍‌ ନେଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆପଣ ଟ୍ରେନରେ ଯିବାବେଳେ ଆବଶ୍ୟକତାଠାରୁ ଅଧିକ ଲଗେଜ୍‌ ନେଇ ଯାଉଛନ୍ତି କି ? ଯଦି ହଁ ତା ହେଲେ ସତର୍କ ହୋଇଯାଆନ୍ତୁ। ଏମିତି କରିବା ଆପଣଙ୍କ ଲାଗି ମହଙ୍ଗା ହୋଇପାରେ। ଏମିତି କରୁଥିଲେ ଆପଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ।

ରେଳ ରିଜର୍ଭ କୋଚ୍‌ରେ ଯାତ୍ରୀ ନିର୍ଦ୍ଦାରିତଠାରୁ ଅଧିକ ଓଜନର ଲଗେଜ୍‌ ନେଉଥିଲେ ସେମାନଙ୍କ ଉପରେ ଲଗାମ କଶିବାକୁ ପ୍ରସ୍ତୁତ ହେଉଛି ରେଳବାଇ। ଏଥିପାଇଁ ୮ରୁ ୨୨ ଜୁନ୍‌ ମଧ୍ୟରେ ଦେଶର ସମସ୍ତ ରେଳ ମଣ୍ଡଳରେ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ଏହି ଅଭିଯାନରେ ଯେଉଁ ଯାତ୍ରୀମାନେ ରିଜର୍ଭ କୋଚ୍‌ରେ ନିର୍ଦ୍ଧାରିତଠାରୁ ଅଧିକ ଲଗେଜ୍‌ ନେଇ ଯାତ୍ରା କରିବେ ତାଙ୍କ ଉପରେ ନଜର ରଖାଯିବ।

ବର୍ତ୍ତମାନ ଯାତ୍ରୀମାନଙ୍କୁ ରେଳର ଶ୍ରେଣୀ ଅନୁଯାୟୀ ନିର୍ଦ୍ଧାରିତ ଓଜନର ଲଗେଜ୍‌ ନେବାକୁ ଅନୁମତି ଦିଆଯାଇଛି।

ପ୍ରଥମ ଏସି  କୋଚ୍‌ ପାଇଁ ୭୦ କେଜି ଓଜନ ବିଶିଷ୍ଟ ସାମଗ୍ରୀ ନେବାର ବ୍ୟବସ୍ଥା ରହିଛି। ଏଥିରେ ଅଧିକରୁ ଅଧିକ ଆଉ ୧୫ କିମି ଓଜନ ପର୍ଯ୍ୟନ୍ତ ସାମଗ୍ରୀ ନେଇପାରିବେ।

ସେହିପରି ଦ୍ୱିତୀୟ ଏସି କୋଚ୍‌ ପାଇଁ ଯାତ୍ରୀ ୫୦ କେଜି ଓଜନର ସାମଗ୍ରୀ ନେଇପାରିବେ। ଅଧିକରୁ ଅଧିକ ଆଉ ୧୦ କିଲୋ ଓଜନର ସାମଗ୍ରୀ ନେଇପାରିବାର ଆଇନ୍‌ ରହିଛି।

ତୃତୀୟ ଏସ୍‌ସିରେ  ୪୦ କେଜ୍‌ ଓଜନର ସାମଗ୍ରୀ ନେବାର ଆଇନ୍‌ ରହିଥିବା ବେଳେ ଆଉ ୧୦ କେଜି ଓଜନ ପାଇଁ ମଧ୍ୟ ଛାଡ଼ ରହିଛି। ଏହାଠାରୁ ଅଧିକ ଓଜନର ସାମଗ୍ରୀ ନେଲେ ଯାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛି ରେଳ ବିଭାଗ।