ଭୟଙ୍କର ଟାଇଫଏଡ୍‌ରୁ ମିଳିବ ମୁକ୍ତି: ଭାରତ ତିଆରି କଲା ପ୍ରତିଶେଧକ ଟୀକା, ନାଁ ରଖାଯାଇଛି…

ହାନୀକାରକ ବ୍ୟାକ୍ଟେରିଆ ଯୋଗୁଁ ହେଉଥିବା ବେମାରୀ ମଧ୍ୟରୁ ଟାଇଫଏଡ ଗୋଟିଏ। ବିଶ୍ୱରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ଟାଇଫଏଡ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି। ତେବେ ଏ ରୋଗ ସଂପର୍କରେ ଏକ ଖୁସି ଖବର ଆସିଛି। ଏହି ରୋଗର ପ୍ରତିଶେଧକ ଟିକା ପ୍ରସ୍ତୁତ ହୋଇଛି। ଅନ୍ୟ କୌଣସି ଦେଶ ନୁହେଁ, ଭାରତର ଏକ କମ୍ପାନୀ ଏହି ଟିକା ତିଆରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ମଞ୍ଜୁରୀ ମଧ୍ୟ ଦେଇଛି।

ପ୍ରସ୍ତୁତକାରୀ କମ୍ପାନୀ ଏହି ଟାକାର ନାଁ ରଖିଛି ‘Tybar TCV’। ଡବ୍ଲ୍ୟୁଏଚ୍‌ଓ ଗତ ବୁଧବାର ଏହାକୁ ମଞ୍ଜୁରୀ ଦେଇଛି। ଏବେ ଏହା ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଉପଲବ୍ଧ ହୋଇପାରିବ। ଏହି ଟିକା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ଟାଇଫଏଡ ଭଳି ବେମାରୀରୁ ରକ୍ଷା ମିଳିପାରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ଟାଇଫଏଡ ଜ୍ୱର ‘Salmonella typhi’ ନାମକ ଏକ ବ୍ୟାକ୍ଟେରିଆରୁ ହୋଇଥାଏ। ଏହି ବ୍ୟାକ୍ଟେରିଆ ଅସନା ପାଣି ଓ ନାଳ, ନର୍ଦ୍ଦମାରେ ରହିଥାନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱରେ ପ୍ରତିବର୍ଷ ୨ କୋଟିରୁ ଅଧିକ ଲୋକ ଟାଇଫଏଡ୍‌ରେ ଆକ୍ରାନ୍ତ ହୋଇଥାନ୍ତି। ଖାଲି ସେତିକି ନୁହେଁ, ତଥ୍ୟ ଅନୁସାରେ ପ୍ରତିବର୍ଷ ୧ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ଟାଇଫଏଡ୍ କାରଣରୁ ଜୀବନ ହରେଇଥାନ୍ତି।