ଜନ୍ମ ହେଉ ହେଉ ବେଡ୍‌ରେ ଚାଲିଲା ଶିଶୁ, ଡାକ୍ତର ଆଶ୍ଚର୍ଯ୍ୟ, ଭିଡିଓ ଭାଇରାଲ୍‌….କ୍ଲିକ୍ କରି ପଢ଼ନ୍ତୁ ଓ ଦେଖନ୍ତୁ

ନୂଆଦିଲ୍ଲୀ: ଜନ୍ମ ହେବା ପରେ ପରେ ଶିଶୁମାନେ ଆଖି ଖୋଲି ପାରନ୍ତି ନାହିଁ। ଏଥିପାଇଁ ସେମାନଙ୍କୁ କିଛି ସମୟ ଲାଗେ। ସେମାନେ ନିଜ ଗୋଡ଼ରେ ଛିଡ଼ା ହୋଇପାରନ୍ତି ନାହିଁ। ଏକଥା ଆମକୁ ପଢ଼ା ଯାଇଛି ଓ କୁହାଯାଇଛି। ଏହା ବାଦ୍ ଆମେ ନିଜେ ଏହା ଦେଖିଛନ୍ତି। କିନ୍ତୁ ସୋସିଆଲ୍ ମିଡିଆରେ ଭାଇରାଲ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଦୌ ବିଶ୍ୱାସ କରିପାରିବେ ନାହିଁ ଯେ ଆପଣ ଯାହା ଦେଖୁଛନ୍ତି ତାହା ସତ। ତଥାପି ଆପଣ ଏହାକୁ ବାରମ୍ବାର ଦେଖିବେ ଓ ଖୁସି ହେବେ।

ଭାଇରାଲ୍ ଭିଡିଓରେ ଗୋଟିଏ ଛୁଆ ଜନ୍ମ ହେବା ମାତ୍ରେ ନର୍ସ ତାଙ୍କୁ ଉଠାଇ ଆଣିଲେ ଓ ଏହା ପରେ ଛୁଆଟି ତାଙ୍କ ହାତକୁ ଧରି ବେଡ୍‌ ଉପରେ ଚାଲିବାକୁ ଲାଗିଲା। ଭିଡିଓରୁ ଲାଗୁଥିଲା ଯେମିତି ଚାଲିବା ସହିତ ସେ ବେଶ୍ ଅଭ୍ୟସ୍ତ!

https://youtu.be/jNF0i6XIWiU

ମେ’ ୨୬ରେ ଏହି ଭିଡିଓଙ୍କୁ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍ କରାଯାଇଥିଲା। ତା’ପରେ ଏହା ଭାଇରାଲ୍ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୫୫,୨୦୩,୯୧୩ ଜଣ ଦେଖି ସାରିଲେଣି। ଲକ୍ଷେରୁ ଅଧିକ ଲୋକ ଏହା ଉପରେ କମେଣ୍ଟ୍ ଦେଇଛି।

ରିପୋର୍ଟ ଓ ଫଟୋ- ଜୀ ନ୍ୟୁଜ୍, ଆଜ୍‌ତକ୍‌