ବାହାଘରକୁ ଦିନୁଟିଏ ପୂରିନି, ସନ୍ତାନ ଜନ୍ମଦେଲେ ନବବଧୂ

କାନପୁର(ଉତ୍ତରପ୍ରଦେଶ): ବାହାଘର ସରିଲା। ଭୋଜିଭାତ ଖାଇ ବରଯାତ୍ରୀ ଯେ ଯାହା ବାଟରେ ଘରକୁ ଗଲେ। ଝିଅ ବି ବିଦା ହୋଇ ଶାଶୂଘର ଗଲା। ଶାଶୂଘର ଲୋକେ ନୂଆ ବୋହୂ ଘରକୁ ଆସିଥିବାରୁ ଭାରି ଖୁସିଥିଲେ। ହେଲେ ସେ ଖୁସି ବେଶି ସମୟ ରହିଲାନି। ବୋହୂର କାରନାମା ଦେଖି ଶ୍ୱଶୁର ଘର ଲୋକେ ସ୍ତବ୍ଧ ହୋଇଗଲେ। କ’ଣ ହେଲା ଜାଣିଛନ୍ତି! ନବବଧୂ ଜଣଙ୍କର ଦେହର ସ୍ଥିତି ହଠାତ୍‌ ବିଗିଡିଗଲା। ସାହି ପଡିଶାର ମହିଳା ସବୁ ଏକାଠି ହୋଇଗଲେ । ଆଉ ଯାହା ଦେଖିଲେ ସେମାନଙ୍କ ମୁଣ୍ଡ କାମ କଲାନି। ନୂଆବୋହୂ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉ ହେଉ ସେହିଠାରେ ହିଁ ସନ୍ତାନ ପ୍ରସବ କରି ପକାଇଲେ।

ଖବର ଶୁଣି ଶାଶୂଙ୍କ ମୁଣ୍ଡ କାମ କଲାନି, ଆଉ ବୃଦ୍ଧ ଶ୍ୱଶୁର ଚେତାଶୂନ୍ୟ ହୋଇପଡିଲେ। ସ୍ୱାମୀଙ୍କ ଅବସ୍ଥା ନ କହିବା ଭଲ। ସ୍ତ୍ରୀ କରି ଯାହାକୁ ଘରକୁ ଆଣିଥିଲେ ତା ସହ ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ ସେ ସବୁ ଭାଙ୍ଗି ଚୂରମାର ହୋଇଗଲା। ଆଉ ଶେଷରେ ମାମଲା ପହଞ୍ଚିଲା ଥନାରେ। ପୋଲିସ ନବବଧୂଙ୍କ ବାପା ମା’ଙ୍କ ନାମରେ ଠକେଇ ଅଭିଯୋଗର ଦଫା ଲାଗାଇଛନ୍ତି। ଖାଲି ଦେଖିବାକୁ ବାକି ଅଛି ପୋଲିସ ଭିବଷ୍ୟତରେ କି ପଦକ୍ଷେପ ନେଉଛି।