ଏନଏଚଆରସିରେ ପ୍ରଥମଥର ପାଇଁ ରାଜନେତାଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: ରାଷ୍ଟ୍ର ମାନବାଧିକାର ଆୟୋଗରେ ପ୍ରଥମଥର ପାଇଁ ଅଧ୍ୟକ୍ଷ ସଦସ୍ୟ ପାଇଁ ସରକାର ଜଣେ ରାଜନେତାଙ୍କୁ ପ୍ରବେଶ କରାଇବାକୁ ଯାଉଛନ୍ତି। ଇଣ୍ଡିଆନ୍‌ ଏକ୍ସପ୍ରେସ ଖବର ମୁତାବକ ବିଜେପି ଉପାଧ୍ୟକ୍ଷ ଅବିନାଶ ରାୟ ଖାନ୍ନା ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ହୋଇପାରନ୍ତି। ଅଭିନାଶ ରାୟ ଜମ୍ମୁ-କାଶ୍ମୀର ପାର୍ଟିର ଦାୟିତ୍ୱରେ ରହିଥିବା ବେଳେ ଚଳିତ ବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରାଜ୍ୟ ସଭା ସଦସ୍ୟ ରହିଥିଲେ।

ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ସଦସ୍ୟ ନିଯୁକ୍ତି ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଚୟନ କରାଯାଏ। ପ୍ରଧାନମନ୍ତ୍ରୀଙ୍କ ସମେତ ଲୋକସଭା ବାଚସ୍ପତି, କେନ୍ଦ୍ରୀୟ ଗୃହମନ୍ତ୍ରୀ, ଲୋକ ଓ ରାଜ୍ୟ ସଭାର ବିପକ୍ଷ ନେତା ଏବଂ ରାଜ୍ୟ ସଭାର ଉପସଭାପତି ଏହି କମିଟିର ସଦସ୍ୟ ଅଛନ୍ତି। ଅଧ୍ୟକ୍ଷ ସଦସ୍ୟ ନିଯୁକ୍ତି ନେଇ ଗତ ମାସରେ ଆୟୋଜିତ ବୈଠକରେ ଅଭିନାଶଙ୍କ ସମେତ ଅନ୍ୟ କିଛି ଜଣଙ୍କ ସଂପର୍କରେ ଆଲୋଚନା କରାଯାଇଥିଲେ ମଧ୍ୟ ଅବିନାଶଙ୍କ ନାମ ଶେଷରେ ଚୟନ କରାଯାଇଥିଲା।